Advertisment

କେନ୍ଦ୍ର ସରକାରରେ ଚାକିରି ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ତାହା ପୁଣି କେନ୍ଦ୍ର ସରକାରରେ, କିଏ ବା ଖୁସି ନ ହେବ। ଦଶମ ପାଶ୍ କରିଥିଲେ ବି ଆବେଦନ କରିପାରିବେ। BPNL ଏନେଇ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

ଅଦ୍ୟତନ ହୋଇଛି
BPNL Recruitment 2022

Bumper vacancy in animal husbandry department

Advertisment

କେନ୍ଦ୍ର ସରକାରରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍ (Bhartiya Pashupalan Nigam Limited-BPNL) ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। BPNL ନିଯୁକ୍ତି ବିଜ୍ଞପ୍ତି ୨୦୨୨ ଅନୁଯାୟୀ, ଏହି ନିଯୁକ୍ତି ଡେଭେଲପମେଣ୍ଟ୍ ଅଫିସର୍, ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍, ଆନିମଲ୍ ଆଟେନ୍‌ଡାଣ୍ଟ, ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ ସମେତ ମୋଟ ୨୧୦୬ଟି ପଦବୀରେ କରାଯିବ।

Advertisment

ଏହି ପଦବୀରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବା ନେଇ BPNL ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଅନଲାଇନ୍ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ BPNLର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ପଡିବ। ୨୪ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୧୦ ଡିସେମ୍ବର ୨୦୨୨ ସୁଦ୍ଧା ଏହି ଆବେଦନ କରିପାରିବେ।

ଅଧିକ ପଢ଼ନ୍ତୁ: କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡରେ ଅନେକ ପଦବୀ ଖାଲି; ତୁରନ୍ତ ଆବେଦନ କରନ୍ତୁ

Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ୍ – ୨୧୦୬
  • ଡେଭେଲପମେଣ୍ଟ୍ ଅଫିସର୍ - ୧୦୮ ଟି ପୋଷ୍ଟ
  • ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ - ୩୨୪ ଟି ପୋଷ୍ଟ
  • ଆନିମଲ୍ ଆଟେନ୍‌ଡାଣ୍ଟ – ୧୬୨୦ ଟି ପୋଷ୍ଟ
  • ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ ଆଡ୍‌ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର - ୩୩ ଟି ପୋଷ୍ଟ
  • ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ - ୨୧ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଡେଭେଲପମେଣ୍ଟ୍ ଅଫିସର୍ - ମାର୍କେଟିଂ ଅଭିଜ୍ଞତା ସହିତ ସ୍ନାତକ ଡିଗ୍ରୀ
  • ଆନିମଲ୍ ଆଟେନ୍‌ଡାଣ୍ଟ - ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍
  • ଅନ୍ୟାନ୍ୟ ପଦବୀ - ଦ୍ୱାଦଶ ପାସ୍ କରିବା ବାଧ୍ୟତାମୂଳକ
  • ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ
Advertisment

ଏଠି କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ଡେଭେଲପମେଣ୍ଟ୍ ଅଫିସର୍ - ସର୍ବନିମ୍ନ ବୟସ ୨୫ ଏବଂ ସର୍ବାଧିକ ୪୫ ବର୍ଷ
  • ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ - ସର୍ବନିମ୍ନ ବୟସ ୨୧ ଏବଂ ସର୍ବାଧିକ ୩୦ ବର୍ଷ
  • ଅନ୍ୟାନ୍ୟ ପଦବୀ - ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ
  • ସର୍ବାଧିକ ବୟସ ସୀମାରେ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ, ଏସ୍‌ସି, ଏସ୍‌ଟି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ବର୍ଷ କୋହଳ ମିଳିବ।

ଦରମା:

  • ଡେଭେଲପମେଣ୍ଟ୍ ଅଫିସର୍ – ୨୫,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ – ୨୨,୦୦୦ ଟଙ୍କା
  • ଆନିମଲ୍ ଆଟେନ୍‌ଡାଣ୍ଟ – ୨୦,୦୦୦ ଟଙ୍କା
  • ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ ଆଡ୍‌ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର - ୧୫,୦୦୦ ଟଙ୍କା
  • ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ - ୧୫,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ହେବ
  • ଏହି ଟେଷ୍ଟ୍‌ରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ

ଆବେଦନ ଶୁଳ୍କ:

  • ଡେଭେଲପମେଣ୍ଟ୍ ଅଫିସର୍ - ୯୪୫ ଟଙ୍କା
  • ଆସିଷ୍ଟାଣ୍ଟ୍ ଡେଭେଲପମେଣ୍ଟ୍ ଅଫିସର୍ - ୮୨୮ ଟଙ୍କା
  • ଆନିମଲ୍ ଆଟେନ୍‌ଡାଣ୍ଟ – ୭୦୮ ଟଙ୍କା
  • ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ ଆଡ୍‌ଭାନ୍ସମେଣ୍ଟ୍ ସେଣ୍ଟର ଡାଇରେକ୍ଟର - ୫୯୧ ଟଙ୍କା
  • ଡିଜିଟାଲ ମାର୍କେଟିଂ କାର୍ଯ୍ୟନିର୍ବାହୀ – ୫୯୧ ଟଙ୍କା
Central Government Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ