Advertisment

LICରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର; ଦରମା ୫୩ ହଜାର

LICରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ବାହାରିଛି ଅନେକଗୁଡିଏ ପଦବୀ। ଦେଖନ୍ତୁ କେଉଁ ପଦବୀ ପାଇଁ ରହିଛି କ’ଣ ଯୋଗ୍ୟତା ଓ କେତେ ପାଇବେ ଦରମା।

Bumper vacancy for these posts in lic

Bumper vacancy for these posts in lic

Advertisment

ଜୀବନ ବୀମା ନିଗମ (LIC) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ LIC ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ LIC ର ଅଫିସିଆଲ୍ ୱେବ୍‌ସାଇଟ୍ lichousing.com କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୫ ରହିଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://ibpsonline.ibps.in/licaamjul22 ରେ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଛନ୍ତି ସେମାନେ ଏହି ଲିଙ୍କ୍ LIC HFL Recruitment 2022 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୮୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଅଗଷ୍ଟ ୪ରୁ ଆରମ୍ଭ ହୋଇଯାଇଛି
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅଗଷ୍ଟ ୨୫
Advertisment

ଖାଲି ପଦବୀ:

  • ମୋଟ ପଦବୀ ସଂଖ୍ୟା- ୮୦

ଯୋଗ୍ୟତା :

  • ଆସିଣ୍ଟାଣ୍ଟ୍ - ପ୍ରାର୍ଥୀ ସର୍ବନିମ୍ନ ୫୫% ମାର୍କ ସହିତ ସ୍ନାତକ ହେବା ଉଚିତ
  • ଅନ୍ୟାନ୍ୟ - ପ୍ରାର୍ଥୀ ସର୍ବନିମ୍ନ ୬୦% ମାର୍କ ସହିତ ଗ୍ରାଜୁଏଟ୍ ହେବା ଉଚିତ୍ ବା କୌଣସି ବିଷୟରେ ପୋଷ୍ଟ୍‌ ଗ୍ରାଜୁଏଟ୍ ହେବା ଉଚିତ
  • DME – ୫୦ % ମାର୍କ ସହିତ ଯେକୌଣସି ବିଷୟରେ ସ୍ନାତକ ବା କୌଣସି ବିଷୟରେ ପୋଷ୍ଟ୍‌ ଗ୍ରାଜୁଏଟ୍ ହେବା ଉଚିତ। ଏହା ସହିତ ମାର୍କେଟିଂ / ଫାଇନାନ୍ସରେ ମଧ୍ୟ MBA ରହିବା ଉଚିତ।

ଆବେଦନ ଶୁଳ୍କ:

  • ଆସିଣ୍ଟାଣ୍ଟ୍ – ୮୦୦ଟଙ୍କା
  • ଆସିଣ୍ଟାଣ୍ଟ୍ ମ୍ୟାନେଜର୍‌ – ୮୦୦ଟଙ୍କା

ଦରମା :

  • ଆସିଣ୍ଟାଣ୍ଟ୍ - ପ୍ରତି ମାସରେ ମୂଳ ଦରମା ୨୨, ୭୩୦ ଟଙ୍କା
  • ଆସିଣ୍ଟାଣ୍ଟ୍ ମ୍ୟାନେଜର୍‌ - ପ୍ରତି ମାସରେ ମୂଳ ଦରମା ୫୩, ୬୨୦ ଟଙ୍କା
Advertisment

ଚୟନ ପ୍ରକ୍ରିୟା:

  • ଆସିଣ୍ଟାଣ୍ଟ୍ - ଅନ୍‌ଲାଇନ୍ ପରୀକ୍ଷା ଏବଂ ସାକ୍ଷାତକାର
  • ଆସିଣ୍ଟାଣ୍ଟ୍ ମ୍ୟାନେଜର୍‌ (ଅନ୍ୟନ୍ୟ) - ଅନ୍‌ଲାଇନ୍ ପରୀକ୍ଷା ଏବଂ ସାକ୍ଷାତକାର
  • ଆସିଣ୍ଟାଣ୍ଟ୍ ମ୍ୟାନେଜର୍‌ (DME) - କାର୍ଯ୍ୟ ଅଭିଜ୍ଞତା, ଅନ୍‌ଲାଇନ୍ ପରୀକ୍ଷା ଏବଂ ସାକ୍ଷାତକାର
Govt Jobs LIC Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ