Advertisment

ITBPରେ ପୂରଣ ହେବ କନଷ୍ଟେବଳ ପଦବୀ; ଜାଣନ୍ତୁ କେବେ କରିବେ ଆବେଦନ

ITBP କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଏନେଇ ଆବେଦନ ପ୍ରକ୍ରିୟା।

ଅଦ୍ୟତନ ହୋଇଛି
ITBP Constable Recruitment 2022

ITBP Constable Recruitment 2022

Advertisment

ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ITBP ର ଅଫିସିଆଲ୍ ୱେବସାଇଟ୍ itbpolice.nic.inକୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୯ ରୁ ଆରମ୍ଭ ହେବ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://recruitment.itbpolice.nic.in/ ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ତେବେ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ସେମାନେ ଏହି ଲିଙ୍କ୍ ITBP Constable Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ୧୯ ଅଗଷ୍ଟ
  • ଆବେଦନ କରିବାର ଶେଷ ତାରିଖ - ୧୭ ସେପ୍ଟେମ୍ବର
Advertisment

ଖାଲି ପଦବୀ:

  • କନ୍‌ଷ୍ଟେବଳ (କାର୍ପେଣ୍ଟର୍): ୫୬ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ (ମାସନ୍): ୩୧ଟି ପୋଷ୍ଟ୍‌
  • କନ୍‌ଷ୍ଟେବଳ (ପ୍ଲମ୍ବର): ୨୧ଟି ପୋଷ୍ଟ୍‌

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାସ୍ କରିଥିବା ଉଚିତ। ଏହା ସହିତ ମାସନ୍, କାର୍ପେଣ୍ଟର୍ ଏବଂ ପ୍ଲମ୍ବର ଟ୍ରେଡ୍‌ ପାଇଁ ଆଇଟିଆଇ ସାର୍ଟିଫିକେଟ୍ ରହିବା ଉଚିତ।
Advertisment

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ:

ଚୟନ ପ୍ରକ୍ରିୟା :

  • ଚୟନ ପ୍ରକ୍ରିୟାରେ ଶାରୀରିକ ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା, ଲିଖିତ ପରୀକ୍ଷା, ଟ୍ରେଡ୍ ପରୀକ୍ଷା ଏବଂ ବିସ୍ତୃତ ଡାକ୍ତରୀ ପରୀକ୍ଷା / ସମୀକ୍ଷା ମେଡିକାଲ୍‌ ପରୀକ୍ଷା ରହିବ।
Govt Jobs ITBP Constable Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ