Advertisment

AAI Recruitment: AAI ବାହାର କଲା ନୂଆ ନିଯୁକ୍ତି; ପୂରଣ ହେବ ୪୯୬ ପଦବୀ

AAI ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଜିଠାରୁ ଆରମ୍ଭ ହେଉଥିବା ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAIର ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୬ ପଦବୀ ପୂରଣ ହେବ

AAI Recruitment 2023 Notification

AAI Recruitment 2023 Notification

Advertisment

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଜିଠାରୁ ଆରମ୍ଭ ହେଉଥିବା ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAI ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୬ ପଦବୀ ପୂରଣ ହେବ।

Advertisment

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ AAIର ଅଫିସିଆକ୍ ୱେବସାଇଟ୍ aai.aero କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AAI Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ନଭେମ୍ବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଏବଂ ଗଣିତ ବିଷୟ ସହିତ ତିନି ବର୍ଷ B.Sc.
  • କିମ୍ବା ଇଞ୍ଜିନିୟରିଂର ଯେକୌଣସି ବିଷରେ BE-B.Tech ଡିଗ୍ରୀ

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୩୦ ନଭେମ୍ବର ୨୦୨୩ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ପ୍ରାର୍ଥୀ – ୧୦୦୦ ଟଙ୍କା
  • ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ PWD ବର୍ଗ ପ୍ରାର୍ଥୀ – ଦେୟମୁକ୍ତ
Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା(ଅନ୍‌ଲାଇନ୍, ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ହେବ)
  • ପରୀକ୍ଷାରେ ନକରାତ୍ମକ ମାର୍କିଂ ପାଇଁ କୌଣସି ବ୍ୟବସ୍ଥା ନାହିଁ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ www.aai.aero କୁ ଯାଆନ୍ତୁ
  • ହୋମପେଜ୍‌ରେ କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Govt Jobs AAI AAI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ