BSPHCL Recruitment 2022: Apply for 185 Jr Accounts Clerk & other posts
ବିହାର ଷ୍ଟେଟ୍ ପାୱାର୍ (ହୋଲଡିଂ) କମ୍ପାନୀ ଲିମିଟେଡ୍, BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।
ଆବେଦନ ଫର୍ମରେ ପରିବର୍ତ୍ତନ / ଏଡିଟ୍ ପାଇଁ ଶେଷ ତାରିଖ ୨୦୨୨ ଏପ୍ରିଲ ୨୧ ପର୍ଯ୍ୟନ୍ତ ରହିଛି। ପରୀକ୍ଷାର ପ୍ରଥମ ତାରିଖ ହେଉଛି ମେ ୧୨।
ଖାଲି ଥିବା ପଦବୀ:
- ସହକାରୀ ବୈଦ୍ୟୁତିକ ଯନ୍ତ୍ରୀ: ୧୦ ଟି ପୋଷ୍ଟ୍
- ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ୮ ଟି ପୋଷ୍ଟ୍
- ସହକାରୀ ଯନ୍ତ୍ରୀ: ୨ ଟି ପୋଷ୍ଟ୍
- ଆକାଉଣ୍ଟାଣ୍ଟ ଅଧିକାରୀ: ୧୦ ଟି ପୋଷ୍ଟ୍
- ରାଜସ୍ୱ ଅଧିକାରୀ: ୨ ଟି ପୋଷ୍ଟ୍
- ସହକାରୀ ଆଇଟି ମ୍ୟାନେଜର୍: ୨୭ ଟି ପୋଷ୍ଟ୍
- ଜୁନିଅର ବୈଦ୍ୟୁତିକ ଯନ୍ତ୍ରୀ: ୪୨ ଟି ପୋଷ୍ଟ୍
- ଜୁନିୟର ଯନ୍ତ୍ରୀ: ୧୬ ଟି ପୋଷ୍ଟ୍
- ଲିଗାଲ୍ ସୁପର୍ଭାଇଜର: ୬ ଟି ପୋଷ୍ଟ୍
- ଆସିଣ୍ଟାଣ୍ଟ୍: ୫ ଟି ପୋଷ୍ଟ୍
- କରେସପଣ୍ଟେନ୍ସ କ୍ଲର୍କ: ୧୪ ଟି ପୋଷ୍ଟ୍
- ଷ୍ଟୋର୍ ଆସିଣ୍ଟାଣ୍ଟ୍: ୧୫ ଟି ପୋଷ୍ଟ୍
- ଜୁନିଅର ଆକାଉଣ୍ଟସ୍ କ୍ଲର୍କ: ୨୮ ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
ଏହିସବୁ ପଦବୀର ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ <strong>Detailed Notification available here</strong>. ଦେଖନ୍ତୁ।
ଚୟନ ପ୍ରକ୍ରିୟା:
ସିବିଟି(CBT)ରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ପରୀକ୍ଷା ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ UR ପାଇଁ ୪୦ ପ୍ରତିଶତ, BC ପାଇଁ ୩୬.୫ ପ୍ରତିଶତ, EBC ପାଇଁ ୩୪ ପ୍ରତିଶତ ଏବଂ SC / ST / ମହିଳା / PHP (ଦିବ୍ୟାଙ୍ଗ) ପ୍ରାର୍ଥୀଙ୍କ ପାଇଁ ୩୨ ପ୍ରତିଶତ।
ଆବେଦନ ଦେୟ:
UR, BC ଏବଂ EBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ ୧୦୦୦ ଟଙ୍କା ଥିବାବେଳେ ଏବଂ ବିହାରରେ ରହୁଥିବା SC / ST / ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି। କେବଳ ଅନ୍ଲାଇନ୍ ପେମେଣ୍ଟ ମୋଡ୍ରେ ଆବେଦନ ଶୁଳ୍କ ଗ୍ରହଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649855257.jpg)