Advertisment

BSNLରେ ଖାଲିପଡିଛି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

BSNL ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ୍‌ ହରିୟାଣା ସର୍କଲରେ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

BSNL job vacancy

BSNL job vacancy

Advertisment

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । BSNLରେ ଚାକିରି କରିବାର ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ୍‌(BSNL) ହରିୟାଣା ସର୍କଲ ପାଇଁ ୨୭ ଡିପ୍ଲୋମା ଅପାରଣ୍ଟିସ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ମାଧ୍ୟମରେ ୨୦ ମାର୍ଚ୍ଚ ୨୦୨୨ ମଧ୍ୟରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ BSNLର ଅଫିସିଆଲ ଆଇଡିରେ ଲଗ୍ ଇନ୍ କରି ନୋଟିଫିକେସନ ଚେକ୍ କରିପାରିବେ ।

Advertisment

ଭାରତ ସଂଚାର ନିଗମ ଲିମିଟେଡ୍‌(BSNL) ପକ୍ଷରୁ ମୋଟ୍ ୨୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅମ୍ବାଲା ପାଇଁ ୪ଟି,ଫରିଦାବାଦ ପାଇଁ ୩ଟି,ଗୁରଗାଓଁ ପାଇଁ ୩ଟି,ହିସାର ପାଇଁ ୪ଟି,କରନାଲ ପାଇଁ ୪ଟି,ରେଓ୍ଵାଡି ପାଇଁ ୩ଟି,ରୋହତକ ପାଇଁ ୬ଟି ପଦବୀ ରହିଛି । ଏହିସବୁ ସ୍ଥାନରେ ଆବେଦନକାରୀ ନିଯୁକ୍ତ ହେବା ପରେ ପୋଷ୍ଟିଂ ଦିଆଯିବ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିବା ଜରୁରୀ ଅଟେ। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହେବା ଜରୁରୀ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ନିୟମାନୁସାରେ ରିହାତି ପ୍ରଦାନ କରାଯିବ। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଜାଣିବା ପାଇଁ ଆବେଦନକାରୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ।

Advertisment

ମାସିକ ଦରମା: ପ୍ରାର୍ଥୀଙ୍କୁ ମାସିକ ୮ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ।

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।

BSNL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ