BSNLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

BSNL Recruitmen

News Summary

BSNLରେ କରନ୍ତୁ ଚାକିରି, ଖାଲି ପଡିଛି ପଦବୀ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତ ସଂଚାର ନିଗମ ଲିମିଟେଡ (BSNL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ (BSNL) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ବିଏସଏନଏଲ ପକ୍ଷରୁ ଡିପ୍ଲୋମା ଆପରଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଏହି ଆବେଦନ ଜାରି କରାଯାଇଛି। BSNLରେ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି ।

ମୋଟ୍ ପଦବୀ ସଂଖ୍ୟା ୨୭ ରହିଛି । ଆବେଦନ ପ୍ରକ୍ରିୟା ୬ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ରହିଛି । ମାସିକ ଦରମା ୮ ହଜାର ଟଙ୍କା ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ । ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।

ଅନ ଲାଇନ୍ କିପରି କରିବେ ଆବେଦନ:

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀ BSNLର ୱେବସାଇଟକୁ ଯାଇ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଅନଲାଇନ୍‌ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୦ ନଭେମ୍ବର ୨୦୨୧ ପୂର୍ବରୁ ଶେଷ କରନ୍ତୁ ।