Advertisment

BSF Recruitment: BSF ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା ବି କରିବେ ଆବେଦନ

BSF ରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କର ଅନ୍ତର୍ନିହିତ ଇଚ୍ଛା। ଆପଣ ଯଦି ଏହି ଚାକିରି ଖୋଜୁଛନ୍ତି, ତେବେ ସୀମା ସୁରକ୍ଷା ବଳ (BSF) ରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି। ଗ୍ରୁପ୍ B ଏବଂ C ପଦବୀରେ ନିଯୁକ୍ତି ପାଇଁ BSF ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି।

ଅଦ୍ୟତନ ହୋଇଛି
BSF Recruitment 2024 Apply Online

BSF Recruitment 2024 Apply Online

Advertisment

ସେ ସାମରିକ ବାହିନୀ ହେଉ କି ରାଜ୍ୟ ପୋଲିସ ବିଭାଗ ହେଉ, ଏଥିରେ ପ୍ରତ୍ୟେକ ଯୁବକ କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର ହେବା ନେଇ ଇଚ୍ଛା କରନ୍ତି। ଏଥିରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କର ଅନ୍ତର୍ନିହିତ ଇଚ୍ଛା। ଆପଣ ଯଦି ଏହି ଚାକିରି ଖୋଜୁଛନ୍ତି, ତେବେ ସୀମା ସୁରକ୍ଷା ବଳ (BSF) ରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି। ଗ୍ରୁପ୍ B ଏବଂ C ପଦବୀରେ ନିଯୁକ୍ତି ପାଇଁ BSF ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ BSF ଅଧୀନରେ କନଷ୍ଟେବଳ, ହେଡ୍ କନଷ୍ଟେବଲ୍, ସବ୍ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ଜେଇ, ଆସିଷ୍ଟାଣ୍ଟ ଏୟାରକ୍ରାଫ୍ଟ ମେକାନିକ୍ ଏବଂ ରେଡିଓ ମେକାନିକ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୮୨ଟି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବସାଇଟ bsf.gov.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ BSF Recruitment 2024 Apply Online for 82 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ସହକାରୀ ବିମାନ ମେକାନିକ୍ – ୦୮ଟି ପୋଷ୍ଟ
  • ସହକାରୀ ରେଡିଓ ମେକାନିକ୍ – ୧୧ଟି ପୋଷ୍ଟ
  • କନଷ୍ଟେବଲ୍ (ଷ୍ଟୋରମ୍ୟାନ୍) – ୦୩ଟି ପୋଷ୍ଟ
  • ସବ୍-ଇନ୍ସପେକ୍ଟର (ୱାର୍କ) – ୧୩ଟି ପୋଷ୍ଟ
  • JE (ଇଲେକ୍ଟ୍ରିକାଲ୍) – ୦୯ଟି ପୋଷ୍ଟ
  • ପ୍ଲମ୍ବର – ୦୧ଟି ପୋଷ୍ଟ
  • ହେଡ୍‌ କନଷ୍ଟେବଳ କାର୍ପେଣ୍ଟର – ୦୧ଟି ପୋଷ୍ଟ
  • କନଷ୍ଟେବଲ୍ (ଜେନେରେଟର ଅପରେଟର୍) – ୧୩ଟି ପୋଷ୍ଟ
  • ଜେନେରେଟର ମେକାନିକ୍ – ୧୪ଟି ପୋଷ୍ଟ
  • ଲାଇନ୍‌ମ୍ୟାନ୍‌ – ୦୯ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଆସିଷ୍ଟାଣ୍ଟ ଏୟାରକ୍ରାଫ୍ଟ ମେକାନିକ୍ – ସମ୍ପୃକ୍ତ ଟ୍ରେଡ୍‌ରେ ଡିପ୍ଲୋମା
  • ଆସିଷ୍ଟାଣ୍ଟ ରେଡିଓ ମେକାନିକ୍ – ରେଡିଓ ମେକାନିକାଲ୍‌ରେ ଡିପ୍ଲୋମା
  • କନଷ୍ଟେବଲ୍ (ଷ୍ଟୋରମ୍ୟାନ୍) – ଦଶମ ପାଶ୍
  • ଇଞ୍ଜିନିୟରିଂ ପୋଷ୍ଟଗୁଡିକ ପାଇଁ – ଦଶମ ପାଶ୍ / ଇଞ୍ଜିନିୟରିଂ / ସମ୍ପୃକ୍ତ ଟ୍ରେଡ୍‌ରେ ଡିପ୍ଲୋମା ସହିତ ITI ସାର୍ଟିଫିକେଟ୍
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଟ୍ରେଡ୍ ଟେଷ୍ଟ୍
  • ଶାରିରୀକ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC – ୧୦୦ ଟଙ୍କା
  • SC/ST – ଦେୟ ମୁକ୍ତ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା
  • ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
BSF Govt Jobs BSF Vacancies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ