Advertisment

BSF Recruitment: BSFରେ ପୂରଣ ହେବ ଅନେକ ପଦବୀ; ଦଶମ ପାଶ୍‌ ସହ ଏହି ସାର୍ଟିଫିକେଟ୍ ଥିଲେ ସୁଯୋଗ

ସୀମା ସୁରକ୍ଷା ବାହିନୀ (BSF) ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। କେ ୱାଟର ୱିଙ୍ଗରେ ଗ୍ରୁପ୍ ବି ଏବଂ ସି ବର୍ଗ ପଦବୀ ପାଇଁ BSF ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

BSF Recruitment 2024 Apply for 191 posts

BSF Recruitment 2024 Apply for 191 posts

Advertisment

ସୀମା ସୁରକ୍ଷା ବାହିନୀ (BSF) ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। କେ ୱାଟର ୱିଙ୍ଗରେ ଗ୍ରୁପ୍ ବି ଏବଂ ସି ବର୍ଗ ପଦବୀ ପାଇଁ BSF ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଇଞ୍ଜିନ ଡ୍ରାଇଭର, ୱାର୍କସପ୍ ଏବଂ କ୍ରୁ ସମେତ ବିଭିନ୍ନ ବର୍ଗରେ ଏସ୍‌ଆଇ ଠାରୁ ନେଇ କନଷ୍ଟେବଳ ଏବଂ ହେଡ୍‌ କନଷ୍ଟେବଳ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୯୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍‌ rectt.bsf.gov.in ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ BSF Recruitment 2024 Apply for 191 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ଜୁଲାଇ ୨୦୨୪

ଖାଲି ପଦବୀ:

  • SI ମାଷ୍ଟର – ୦୭ଟି ପୋଷ୍ଟ୍‌
  • SI ଇଞ୍ଜିନ ଡ୍ରାଇଭର – ୦୪ଟି ପୋଷ୍ଟ୍‌
  • ହେଡ୍‌ କନ୍‌ଷ୍ଟେବଲ୍‌ ମାଷ୍ଟର – ୩୯ଟି ପୋଷ୍ଟ୍‌
  • ହେଡ କନ୍‌ଷ୍ଟେବଲ୍‌ ଇଞ୍ଜିନ ଡ୍ରାଇଭର – ୬୨ଟି ପୋଷ୍ଟ୍‌
  • ହେଡ୍‌ କନ୍‌ଷ୍ଟେବଲ୍‌ ୱାର୍କସପ୍ – ୨୭ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍‌ କ୍ରୁ – ୫୨ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୧୯୧ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • SI ମାଷ୍ଟର - ଦ୍ୱାଦଶ ପାଶ୍ ସହିତ କେନ୍ଦ୍ରୀୟ / ରାଜ୍ୟ ଇନ୍‌ଲାଣ୍ଡ ୱାଟର୍ ଟ୍ରାସ୍‌ପୋର୍ଟ ଅଥୋରିଟୀ / ମର୍ଚେଣ୍ଟାଇଲ ମରିନ୍ ଡିପାର୍ଟମେଣ୍ଟ୍ ଦ୍ୱାରା ଦ୍ୱିତୀୟ ଶ୍ରେଣୀ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍
  • SI ଇଞ୍ଜିନ୍ ଡ୍ରାଇଭର - ଦ୍ୱାଦଶ ପାଶ୍ ସହିତ କେନ୍ଦ୍ରୀୟ / ରାଜ୍ୟ ଇନ୍‌ଲାଣ୍ଡ ୱାଟର୍ ଟ୍ରାସ୍‌ପୋର୍ଟ ଅଥୋରିଟୀ / ମର୍ଚେଣ୍ଟାଇଲ ମରିନ୍ ଡିପାର୍ଟମେଣ୍ଟ୍ ଦ୍ୱାରା ପ୍ରଥମ ଶ୍ରେଣୀ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍
  • ହେଡ୍ କନ୍‌ଷ୍ଟେବଲ୍ ମାଷ୍ଟର - ଦଶମ ପାଶ୍ ସହିତ ସାରଙ୍ଗ ସାର୍ଟିଫିକେଟ୍
  • ହେଡ୍ କନ୍‌ଷ୍ଟେବଲ୍ ଇଞ୍ଜିନ୍ ଡ୍ରାଇଭର - ଦଶମ ପାଶ୍‌ ସହିତ ଦ୍ୱିତୀୟ ଶ୍ରେଣୀ ଇଞ୍ଜିନ ଡ୍ରାଇଭର ସାର୍ଟିଫିକେଟ୍
  • ହେଡ୍ କନ୍‌ଷ୍ଟେବଲ୍ ୱାର୍କସପ୍ - ଦଶମ ପାଶ୍ ସହିତ ଯେକୌଣସି ମୋଟର ମେକାନିକ୍, ଇଲେକ୍ଟ୍ରିକାଲ୍, ଏସି ଟେକ୍ନିସିଆନ୍, ଇଲେକ୍ଟ୍ରୋନିକ୍ସ, ମେସିନ୍, କାର୍ପେଣ୍ଟ୍ରି ଏବଂ ପ୍ଲମ୍ବିଂ ଇତ୍ୟାଦିରେ ITI ଡିପ୍ଲୋମା
  • କନ୍‌ଷ୍ଟେବଲ୍ କ୍ରୁ - ଦଶମ ପାଶ ସହିତ ୨୬୫ ହର୍ସ ପାୱାର୍‌ରୁ କମ ବୋଟ୍ ଅପରେଟିଂ ଅଭିଜ୍ଞତା। ଏଥିସହ ବିନା ସହାୟତାରେ ଗଭୀର ପାଣିରେ ପହଁରିବାର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦/୨୨ ବର୍ଷ
  • ସର୍ବାଧିକ ବୟସ – ୨୫/୨୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ଟେଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଟ୍ରେଡ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • SI – ୨୦୦ ଟଙ୍କା
  • ହେଡ୍ କନ୍‌ଷ୍ଟେବଲ୍/ କନ୍‌ଷ୍ଟେବଲ୍ କ୍ରୁ – ୧୦୦ ଟଙ୍କା

ମାସିକ ଦରମା:

  • SI ମାଷ୍ଟର ଏବଂ SI ଇଞ୍ଜିନ୍ ଡ୍ରାଇଭର – ୩୫୪୦୦-୧୧୨୪୦୦ ଟଙ୍କା
  • ହେଡ୍‌ କନ୍‌ଷ୍ଟେବଲ୍‌ ମାଷ୍ଟର, ଇଞ୍ଜିନ ଡ୍ରାଇଭର୍‌, ୱାର୍କସପ୍ – ୨୫୫୦୦-୮୧୧୦୦ ଟଙ୍କା
  • କନଷ୍ଟେବଲ୍ କ୍ରୁ – ୨୧୭୦୦-୬୯୧୦୦ ଟଙ୍କା
BSF Govt Jobs BSF Vacancies BSF Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ