Advertisment

BSFରେ ରହିଛି ଅନେକ ପଦବୀ ଖାଲି: ଜାଣନ୍ତୁ କିପରି କରିବେ ଆବେଦନ

BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।

ଅଦ୍ୟତନ ହୋଇଛି
BSF recruitment 2022 for various inspector posts

BSF recruitment 2022 for various inspector posts

Advertisment

ସୀମା ସୁରକ୍ଷା ବଳ, ବିଏସ୍ଏଫ୍ ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ଏନେଇ BSFର ଅଫିସିଆଲ୍ ୱେବସାଇଟ୍, rectt.bsf.gov.in ରେ ପ୍ରାର୍ଥୀମାନଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ କରିବାକୁ ଆମନ୍ତ୍ରିତ କରାଯାଇଛି।

Advertisment

ଆଗ୍ରହୀ ପ୍ରାର୍ଥୀମାନେ ୮ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୫ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଛି। ନିଯୁକ୍ତି ସମ୍ବନ୍ଧୀୟ ଖାଲି ପଦବୀ, ଚୟନ ପ୍ରକ୍ରିୟା ଏବଂ ବିଜ୍ଞପ୍ତି ସହିତ ସମସ୍ତ ବିବରଣୀ ନିମ୍ନରେ ଦେଖନ୍ତୁ।

କେତେ ପଦବୀ ଖାଲି:

ଏହି ନିଯୁକ୍ତି ଅଧୀନରେ BSF ରେ ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଏଥିରେ ଜୁନିଅର ଇଂଜିନିୟର ସବ୍ ଇନ୍ସପେକ୍ଟର, ଇଲେକ୍ଟ୍ରିକାଲ୍‌ର ୩୨ ଟି ପୋଷ୍ଟ୍‌, ଇନ୍ସପେକ୍ଟର ୧ ଏବଂ ସବ୍ ଇନ୍ସପେକ୍ଟରର ୫୭ଟି ପଦବୀ ସାମିଲ ରହିଛି।

Advertisment

ଚୟନ ପ୍ରକ୍ରିୟା:

ପରୀକ୍ଷା ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହାକୁ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷାରେ ସାମିଲ୍ ହେବାକୁ ପଡ଼ିବ। ଏଥିରେ ସଫଳ ହେବା ପରେ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ୍‌ ଯାଞ୍ଚ, ଶାରୀରିକ ମାନକ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ଉଭୟ ପର୍ଯ୍ୟାୟରେ ସଫଳ ହେବା ପରେ, ମନୋନୀତ ପ୍ରାର୍ଥୀଙ୍କ ଡାକ୍ତରୀ ପରୀକ୍ଷା କରାଯିବ।

ବୟସ ସୀମା:

ସର୍ବାଧିକ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅନ୍ୟ କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପାଇଁ, ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରୁ ବିଜ୍ଞପ୍ତିକୁ ଦେଖନ୍ତୁ।

Advertisment

ଏଇଠି କରନ୍ତୁ କ୍ଲିକ୍…

Govt Jobs BSF Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ