Advertisment

ଭାରତୀୟ ପଶୁପାଳନ ନିଗମରେ ଖାଲି ପଡିଛି ୭୮୭୫ ପଦବୀ, କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍‌ (BPNL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (BPNL)ପକ୍ଷରୁ ପ୍ଲାନିଂ କମ୍ୟୁନିକେସନ ଅଫିସର ସମେତ ଅନେକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିବାରିବେ ।

ଅଦ୍ୟତନ ହୋଇଛି
BPNL recruitment

BPNL recruitment

Advertisment

ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍‌ (BPNL)ପକ୍ଷରୁ ପ୍ଲାନିଂ କମ୍ୟୁନିକେସନ ଅଫିସର ସମେତ ଅନେକ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ ଯାଇ ଅନଲାଇନ ଆପ୍ଲାଏ କରିପାରିବେ। ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍‌ (BPNL )ରେ ମୋଟ୍ ୭୮୬୫ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । କମ୍ୟୁନିକେସନ ଅଫିସର,ପ୍ଲାନିଂ ଏକ୍ସଟେନସନ ଅଫିସର,ପ୍ଲାନିଂ ଆସିଷ୍ଟାଣ୍ଟ,ଟ୍ରେନିଂ କୋଅର୍ଡିନେଟର ଆଦି ବିଭିନ୍ନ ପଦବୀରେ ଆବେଦନ କରିପାରିବେ ।

Advertisment

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଅତିକମ୍‌ରେ ୧୦ମ,୧୨ଶ, ଗ୍ରାଜୁଏସନ, ଡିପ୍ଲୋମା କିମ୍ବା ପିଜି କରିଥିବା ଜରୁରୀ ଅଟେ । ତେବେ ଆବେଦନ କରିବାର ଶେଷ ତାରିଖ ୩ ଫେବୃଆରୀ ୨୦୨୨ ରହିଛି।

ବୟସ ସୀମା ଓ ଦରମା:

 ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ୪୫ ବର୍ଷ ହୋଇଥିବା ଜରୁରୀ। ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କିଛି ରିହାତି ମିଳିବ। ତେବେ ପଦବୀ ଅନୁସାରେ ଅଲଗା ଅଲଗା ମାସିକ ଦରମା ମଧ୍ୟ ମିଳିବ।

Advertisment

ପଦବୀ ପାଇଁ ଚୟନ ପ୍ରକ୍ରିୟା ଓ ଆବେଦନ ଶୁଳ୍କ:

ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ଆବେଦନ ଶୁଳ୍କ ଗ୍ରହଣ କରାଯିବ। ଅନଲାଇନ ଆବେଦନ କରିବା ପରେ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ପରୀକ୍ଷାରେ ମିଳିବା ନମ୍ବର ଏବଂ ମେରିଟ ଲିଷ୍ଟ ଆଧାରରେ କରାଯିବ। ଏହା ଆଧାରରେ ଚୟନ ହେବ।

BPNL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ