Advertisment

BHEL Recruitment: BHELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ମାସକୁ ଦରମା ୨.୬ ଲକ୍ଷରୁ ଅଧିକ

ଭାରତ ସରକାରଙ୍କ ଅଧିନରେ ଥିବା ବିଭିନ୍ନ କମ୍ପାନୀ ମଧ୍ୟରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ଅନ୍ୟତମ। ଏଠାରେ ଚାକିରି କରିବାକୁ ପ୍ରାୟ ଯୁବକ ଆଗ୍ରହୀ। ଆପଣ ଯଦି ସେହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BHEL ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
bhel recruitment 2024 apply for engineer and manager posts

bhel recruitment 2024 apply for engineer and manager posts

Advertisment

ଭଲ ଦରମାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଭାରତ ସରକାରଙ୍କ ଅଧିନରେ ଥିବା ବିଭିନ୍ନ କମ୍ପାନୀ ମଧ୍ୟରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ଅନ୍ୟତମ। ଏଠାରେ ଚାକିରି କରିବାକୁ ପ୍ରାୟ ଯୁବକ ଆଗ୍ରହୀ। ଆପଣ ଯଦି ସେହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BHEL ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ BHELର ବାଙ୍ଗାଲୋରର ଇଲେକ୍ଟ୍ରୋନିକ୍ସ ଡିଭିଜନ୍ (ଇଡିଏନ୍) ରେ ସିନିୟର ଇଞ୍ଜିନିୟର, ଡେପୁଟି ମ୍ୟାନେଜର ଏବଂ ସିନିୟର ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୩ ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BHEL ର ଅଫିସିଆଲ୍ ୱେବସାଇଟ୍ http://careers.bhel.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ bhel recruitment 2024 apply for engineer and manager posts Notification ଉପରେ କ୍ଲିକ୍ କରନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ସିନିୟର ଇଞ୍ଜିନିୟର - ୧୯ ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର - ୧୦ ଟି ପୋଷ୍ଟ୍‌
  • ସିନିୟର ମ୍ୟାନେଜର୍ - ୦୪ ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ନେଇ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ
  • ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଫୁଲ୍ ଟାଇମ୍ ଡିଗ୍ରୀ BE / B.Tech / B.Sc Engg ଆଦି ଆବଶ୍ୟକ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୨ ବର୍ଷ
  • ସର୍ବାଧିକ ବୟସ – ୪୨ ବର୍ଷ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୪୦୦ ଟଙ୍କା
  • GST - ୧୮%

ଦରମା:

  • ସର୍ବନିମ୍ନ ମାସିକ ଦରମା – ୭୦, ୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୨,୬୦, ୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

କିପରି କରିବେ ଆବେଦନ:

  • BHELର ଅଫିସିଆଲ୍ ୱେବସାଇଟ୍ https://edn.bhel.com କିମ୍ବା http://careers.bhel.in କୁ ଯାଆନ୍ତୁ
  • ଅନଲାଇନ୍ ପର୍ମ ପୂରଣ କରନ୍ତୁ
  • ଫର୍ମ ଦାଖଲ ପରେ, ପ୍ରାର୍ଥୀଙ୍କୁ ଏକ ସ୍ୱତନ୍ତ୍ର ସ୍ୱୀକୃତି ନମ୍ବର ସହିତ ଆବେଦନ ଫର୍ମାଟ୍ ପ୍ରିଣ୍ଟ୍ କରିବାକୁ ପଡିବ
  • ୦୩।୦୪।୨୦୨୪ ପୂର୍ବରୁ ନିମ୍ନରେ ଦିଆଯାଇଥିବା ଠିକଣାରେ ଫି ରସିଦ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ମୁଦ୍ରିତ ଆବେଦନ ପର୍ମ ପଠାଇବାକୁ ହେବ
  • AGM (HR), BHEL, ପୋଷ୍ଟ ବକ୍ସ ନମ୍ବର ୩୮୪୨, ଭାଲେ ହାଉସ୍, ସିରିଫର୍ଟ, ନୂଆଦିଲ୍ଲୀ - ୧୧୦୦୪୯
Govt Jobs BHEL BHEL Recruitment BHEL Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ