bhel recruitment 2022
ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍ (BHEL) ପକ୍ଷରୁ ଏକାଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଇଞ୍ଜିନିୟର ଓ ପର୍ଯ୍ୟବେକ୍ଷକ ପଦବୀରେ ଚାକିରି ପ୍ରଦାନ କରାଯିବ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ pswr.bhel.comରେ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ନିଯୁକ୍ତି ଆଧାରରେ କାମ କରିବେ। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ୧୧ ଜାନୁଆରୀ ୨୦୨୨ ମଧ୍ୟରେ ଆବେଦନ କରିପାରିବେ।
ପରୀକ୍ଷା ବା ଇଣ୍ଟରଭ୍ୟୁ ଆଧାରରେ ପଦବୀ ପାଇଁ ଏହି ଚୟନ ପ୍ରକ୍ରିୟା ହେବ। ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପଦବୀ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ରହିଛି ।
ମୋଟ୍ ପଦବୀ ବିବରଣୀ ଓ ଦରମା:
ଇଞ୍ଜିନିୟର ପଦବୀ ପାଇଁ ୧୦ଟି ପଦବୀ ରହିଥିବା ବେଳେ ମାସିକ ଦରମା ୭୧,୦୪୦ଟଙ୍କା ରହିଛି । ପର୍ଯ୍ୟବେକ୍ଷକ ପଦବୀ ପାଇଁ ୨୬ଟି ପଦବୀ ରହିଥିବା ବେଳେ ମାସିକ ଦରମା ୩୯,୬୭୦ ଟଙ୍କା ରହିଛି ।
କିପରି କରିବେ ଆବେଦନ:
- ପଦବୀ ପାଇଁ ଆବେଦନ କରିବା ପାଇଁ ଅଫିସିଆଲ ୱେବ୍ସାଇଟକୁ ଯାଆନ୍ତୁ ।
- https://pswr.bhel.com କିମ୍ବା https://careers.bhel.in କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ।
- ଏହା ପରେ ଆବେଦନ ଫର୍ମରେ ହସ୍ତାକ୍ଷର କରିବାକୁ ହେବ
- ଏହା ସହ ଫଟୋ ସହ ଡିମାଣ୍ଡ ଡ୍ରାଫ୍ଟ କିମ୍ବା କ୍ୟୁଆର କୋଡ୍ ସହ Sr. Deputy General Manager ଆବେଦନ ପତ୍ର ପଠାଇବାକୁ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641648815.jpg)