Advertisment

ବିନା ପରୀକ୍ଷାରେ ଚାକିରି ସୁଯୋଗ, ଅଗଷ୍ଟ ୧୫ ସୁଦ୍ଧା କରନ୍ତୁ ଆବେଦନ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (BEL)ରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ଅନେକ ପଦବୀ ପାଇଁ BEL ଦରଖାସ୍ତ ଆହ୍ୱାନ କରୁଛି।

ଅଦ୍ୟତନ ହୋଇଛି
ବିନା ପରୀକ୍ଷାରେ ଚାକିରି ସୁଯୋଗ, ଅଗଷ୍ଟ ୧୫ ସୁଦ୍ଧା କରନ୍ତୁ ଆବେଦନ

BEL Recruitment

Advertisment

ବେଙ୍ଗାଲୁରୁ: ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (BEL)ରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ଅନେକ ପଦବୀ ପାଇଁ BEL ଦରଖାସ୍ତ ଆହ୍ୱାନ କରୁଛି। BELର ବେଙ୍ଗାଲୁରୁ କମ୍ପ୍ଲେକ୍ସରେ ଏକ୍ସପୋର୍ଟ ମାନ୍ୟୁଫାକ୍‌ଚରିଂ, ଏସ୍‌ସି ଆଣ୍ଡ୍‌ ୟୁଏସ୍‌, ମିଲିଟାରୀ ରାଡାର୍ସ ଓ ମିଲିଟାରୀ କମ୍ୟୁନିକେସନ ଏସ୍‌ବିୟୁଏସ୍‌ରେ ଇଭିଏମ୍‌ ପ୍ରଡକ୍ସନ ପାଇଁ ଟ୍ରେନି ଇଞ୍ଜିନିୟର ଓ ପ୍ରୋଜେକ୍ଟ ଇଞ୍ଜିନିୟର ଲାଗି ଖାଲି ପଡ଼ିଥିବା ୫୧୧ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଟ୍ରେନି ଇଞ୍ଜିନିୟର ପାଇଁ ୩୦୮ ପଦବୀ ଖାଲି ପଡ଼ିଥିବା ବେଳେ ପ୍ରୋଜେକ୍ଟ ଇଞ୍ଜିନିୟର ପାଇଁ ୨୦୩ ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ୨୦୨୧, ଅଗଷ୍ଟ ୧୫ ପୂର୍ବରୁ ଆବେଦନ କରିପାରିବେ। 

Advertisment

ଶିକ୍ଷାଗତ ଯୋଗ୍ୟତା...

ଇଚ୍ଛୁକ ପ୍ରାର୍ଥୀ ଇଲେକ୍ଟ୍ରୋନିକ୍ସ/ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌/ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଟେଲି କମ୍ୟୁନିକେସନ୍‌/ଟେଲି କମ୍ୟୁନିକେସନ୍‌/କମ୍ୟୁନିକେସନ୍‌/ମେକାନିକାଲ୍‌/ଇଲେକ୍ଟ୍ରିକାଲ୍‌/ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌  ଇଲେକ୍ଟ୍ରୋନିକ୍ସରେ B.E / B. Tech ଇଞ୍ଜିନିୟରିଂ ଏକ ପ୍ରତିଷ୍ଟିତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ କରିଥିବେ। 

ଟ୍ରେନିଂ ଇଞ୍ଜିନିୟରଙ୍କୁ ପ୍ରଥମ ବର୍ଷ ୨୫ ହଜାର ଟଙ୍କା, ଦ୍ୱିତୀୟ ବର୍ଷ ୨୮ ହଜାର ଓ ତୃତୀୟ ବର୍ଷ ୩୧ ହଜାର ଟଙ୍କା ମିଳିବ। ସେହିପରି ପ୍ରୋଜେକ୍ଟ ଇଞ୍ଜିନିୟରଙ୍କୁ ପ୍ରଥମ ବର୍ଷ ୩୫ ହଜାର, ଦ୍ୱିତୀୟ ବର୍ଷ ୪୦ ହଜାର, ତୃତୀୟ ବର୍ଷ ୪୫ ହଜାର ଓ ଚତୁର୍ଥ ବର୍ଷ ୫୦ ହଜାର ଟଙ୍କା ମିଳିବ।

Advertisment

ମେରିଟ୍‌ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। BE/B.Tech ଉପରେ ଆଧାରିତ ଇଣ୍ଟରଭିୟୁ କରାଯାଇ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହା ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌ ଓ ଅଭିଜ୍ଞତାଙ୍କୁ ଦେଖି ଚୟନ କରାଯିବ।

BEL Recruitment 2021 Bharat Electronics Limited
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ