Advertisment

BEL ରେ ପୂରଣ ହେବ ଅନେକ ପଦବୀ; ଜାଣନ୍ତୁ କିପରି କରିବେ ଆବେଦନ

BEL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମେକାନିକାଲ୍ ଇଂଜିନିୟରିଂ, ସିଭିଲ୍ ଇଂଜିନିୟରିଂ, କମ୍ପ୍ୟୁଟର ଇଂଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
BEL Apprentice Recruitment 2024 Apply for 115 posts

BEL Apprentice Recruitment 2024 Apply for 115 posts

Advertisment

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(BEL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମେକାନିକାଲ୍ ଇଂଜିନିୟରିଂ, ସିଭିଲ୍ ଇଂଜିନିୟରିଂ, କମ୍ପ୍ୟୁଟର ଇଂଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। ଏହି ସବୁ ପଦବୀ ଅନ୍‌ଲାଇନ୍ ଆବେଦନ ମାଧ୍ୟମରେ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BEL ର ଅଫିସିଆଲ୍ ୱେବସାଇଟ୍ Https://nats.education.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ BEL Apprentice Recruitment 2024 Apply for 115 posts ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୦୧ ଜାନୁଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୧୫ ଜାନୁୟାରୀ ୨୦୨୪
  • ଅନ୍‌ଲାଇନ୍ ପରୀକ୍ଷା - ଫେବୃଆରୀ ୨୦୨୪(ପ୍ରଥମ ସପ୍ତାହ)
Advertisment

ଖାଲି ପଦବୀ:

  • ମେକାନିକାଲ୍ ଇଞ୍ଜିନିୟରିଂ - ୩୦ଟି ପୋଷ୍ଟ୍‌
  • କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ, କମ୍ପ୍ୟୁଟର ଇଞ୍ଜିନିୟରିଂ - ୧୫ଟି ପୋଷ୍ଟ୍‌
  • ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେଶନ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଟେଲିକମ୍ୟୁନିକେଶନ୍‌, କମ୍ୟୁନିକେଶନ୍‌, ଟେଲିକମ୍ୟୁନିକେଶନ୍‌ ଇଞ୍ଜିନିୟରିଂ - ୩୦ଟି ପୋଷ୍ଟ୍‌
  • ସିଭିଲ୍ ଇଞ୍ଜିନିୟରିଂ - ୨୦ଟି ପୋଷ୍ଟ୍‌
  • ମର୍ଡନ୍ ଅଫିସ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍ ସେକ୍ରେଟାରିଆଲ୍ ପ୍ରାକ୍ଟିସ୍ - ୨୦ଟି ପୋଷ୍ଟ୍‌
  • ମୋଟ୍ ପଦବୀ : ୧୧୫ଟି ପୋଷ୍ଟ୍

ଯୋଗ୍ୟତା:

  • ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ
  • AICTE କିମ୍ବା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନକୁ ସମ୍ବନ୍ଧିତ କ୍ଷେତ୍ରରେ ଡିପ୍ଲୋମା ପାଶ୍‌ କରିଥିବା ଆବଶ୍ୟକ
Advertisment

ବୟସ ସୀମା:

  • ସାଧାରଣ ବର୍ଗ / EWS - ସର୍ବାଧିକ ବୟସ ୨୩
  • SC / ST / PWD - ୫ ବର୍ଷ କୋହଳ
  • OBC - ୩ ବର୍ଷ କୋହଳ
  • ବୟସ ଗଣନା ୦୧/୦୧/୨୦୨୪ ଅନୁସାରେ ହେବ

ଦରମା:

  • ସର୍ବନିମ୍ନ ମାସିକ ଭତ୍ତା – ୮,୦୦୦ଟଙ୍କା
  • ସର୍ବାଧିକ ମାସିକ ଭତ୍ତା – ୧୨,୫୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ମାର୍କର ଶତକଡ଼ା ଯୋଗ୍ୟତା ଉପରେ ଚୟନ କରାଯିବ।
  • ଲିଖିତ ପରୀକ୍ଷା BEL ଗାଜିଆବାଦରେ ଅନୁଷ୍ଠିତ ହେବ।
  • ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ପଞ୍ଜୀକୃତ ଇମେଲ ID ମାଧ୍ୟମରେ ଲିଖିତ ପରୀକ୍ଷା ପାଇଁ ସୂଚନା ଦିଆଯିବ।

କିପରି କରିବେ ଆବେଦନ:

ଷ୍ଟେପ୍ -୧

  • Https://nats.education.gov.in/ କୁ ଯାଆନ୍ତୁ
  • Student ଉପରେ କ୍ଲିକ୍ କରନ୍ତୁ
  • Student Register ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏକ ସ୍ୱତନ୍ତ୍ର ନାମାଙ୍କନ ନମ୍ବର ସୃଷ୍ଟି ହେବ

ନାମାଙ୍କନ ଶେଷ ହେବା ପରେ:

ଷ୍ଟେପ୍ – ୨

  • ଲଗଇନ୍ Student
  • ବିଜ୍ଞାପିତ ପଦବୀ ପାଇଁ ଆବେଦନ ଅଧୀନରେ “ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍-ଗାଜିଆବାଦ” ଖୋଜନ୍ତୁ
  • Apply ଉପରେ କ୍ଲିକ୍ କରନ୍ତୁ
Govt Jobs Bharat Electronics Limited
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ