Advertisment

BECIL ରେ ନିଯୁକ୍ତି ସୁଯୋଗ: ଦରମା ୪୬ ହଜାର; ଏମିତି କରନ୍ତୁ ଆବେଦନ

BECIL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ, ଇଞ୍ଜିନିୟରଙ୍କ ସମେତ ମୋଟ ୨୮୪ ଟି ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।

ଅଦ୍ୟତନ ହୋଇଛି
BECIL Recruitment 2023

BECIL has announced a mega recruitment

Advertisment

ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ୍‌ ଇଣ୍ଡିଆ ଲିମିଟେଡ୍ (BECIL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ, ଇଞ୍ଜିନିୟରଙ୍କ ସମେତ ମୋଟ ୨୮୪ ଟି ପଦବୀ ପୂରଣ ହେବ। ଯେଉଁମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ସେମାନେ ଅଫିସିଆଲ୍ ଇମେଲ୍ ଆଇଡି hr.bengaluru@becil.com ରେ ଆବେଦନ ଫର୍ମ ପୂରଣ କରି ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିପାରିବେ।

Advertisment

ଆବେଦନ କରୁଥିବା ପ୍ରାର୍ଥୀମାନେ ବିଶେଷ ଧ୍ୟାନ ଦେବା ଉଚିତ ଯେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୨୭ ମାର୍ଚ୍ଚ ୨୦୨୩।

ଅଧିକ ପଢ଼ନ୍ତୁ: UPSC ନିଯୁକ୍ତି; କେବଳ ସାକ୍ଷାତକାର ଦେଇ ଅଫିସର୍ ହୁଅନ୍ତୁ

ଖାଲି ପଦବୀ:

  • ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୪ ଟି ପଦବୀ ପୂରଣ ହେବ।

ଦରମା:

  • ଟେକ୍ନିସିଆନ୍ - ଲ୍ୟାବ୍ / ଇନଷ୍ଟ୍ରୁମେଣ୍ଟେସନ୍ - ୨୨,୦୦୦ଟଙ୍କା
  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ଭେଇକିଲ୍ ଟେଷ୍ଟିଂ- ୩୦,୦୦୦
  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ - ହୋମୋଲୋଜେସନ୍ ଟେଷ୍ଟିଂ - ୩୦,୦୦୦
  • ଇଞ୍ଜିନିୟର – ପ୍ରୋଭିଂ ଗ୍ରାଉଣ୍ଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (PGMS) – ୪୨,୦୦୦-୪୬,୦୦୦
  • ଜୁନିଅର ଅଫିସର୍‌ - HR - ୪୨,୦୦୦-୪୬,୦୦୦
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଟେକ୍ନିସିଆନ ପୋଷ୍ଟ: ପ୍ରାସଙ୍ଗିକ ବିଷୟରେ ITI ସାର୍ଟିଫିକେଟ୍
  • ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍: ସମ୍ପୃକ୍ତ ବିଷୟରେ ଡିପ୍ଲୋମା
  • ଇଂଜିନିୟର ପଦବୀ: BE କିମ୍ବା B.Tech ଡିଗ୍ରୀ
  • ଜୁନିଅର ଅଫିସର୍‌: MBA ଡିଗ୍ରୀ

ବୟସ ସୀମା:

  • ସର୍ବନିମ୍ନ ବୟସ: ୨୮ ବର୍ଷ
  • ସର୍ବାଧିକ ବୟସ: ୩୪ ବର୍ଷ

ଚୟନ ପ୍ରକ୍ରିୟା:

  • ଆବେଦନ ପତ୍ର ସର୍ଟଲିଷ୍ଟ୍
  • ଲିଖିତ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର

କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://www.becil.com କୁ ଯାଆନ୍ତୁ
  • ହୋମ୍ ପେଜ୍‌ରେ ଥିବା କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ନିଯୁକ୍ତି ସମ୍ବନ୍ଧୀୟ ବିବରଣୀ ଉପରେ କ୍ଲିକ୍ କରନ୍ତୁ
  • ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ସ୍କ୍ରିନରେ ଦେଖାଯିବ
  • ଏହାକୁ ଯାଞ୍ଚ କରନ୍ତୁ ଏବଂ ଦିଆଯାଇଥିବା ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ
  • ଶେଷରେ ଇମେଲ ମାଧ୍ୟମରେ ଫର୍ମ ପଠାନ୍ତୁ
Advertisment

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ:

BECIL Recruitment Govt Jobs BECIL Jobs Vacancy In BECIL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ