Advertisment

ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି ସୁଯୋଗ

ଆପଣ ଯେକୌଣସି ବିଷୟରେ ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି କରିପାରିବେ। ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଏହି ସୁଯୋଗ ଆଣିଛି। ଦେଖନ୍ତୁ ପୂରା ଖବର…

ଅଦ୍ୟତନ ହୋଇଛି
Bank Of Maharashtra recruitment 2022

Bank of Maharashtra offer apprentice jobs

Advertisment

ଆପଣ ଯଦି ଜଣେ ଗ୍ରାଜୁଏଟ୍ ଓ ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ୍‌ ଅଫ୍ ମହାରାଷ୍ଟ୍ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ବ୍ୟାଙ୍କ୍‌ ଅଫ୍ ମହାରାଷ୍ଟ୍ର ସମଗ୍ର ଦେଶରେ ଥିବା ଏହାର ଶାଖାରେ ଆପ୍ରେଣ୍ଟିସିପ୍ ନିଯୁକ୍ତ କରିବ। ବ୍ୟାଙ୍କ୍‌ରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ମୋଟ ୩୧୪ଟି ପଦବୀ ଖାଲି ଅଛି। ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ୟୁପି ଏବଂ ପଶ୍ଚିମବଙ୍ଗରେ ରହିଛି ଏହି ପଦବୀ ଖାଲି ଅଛି।

Advertisment

ଗ୍ରାଜୁଏଟ୍ ପ୍ରାର୍ଥୀମାନେ ଡିସେମ୍ବର ୨୩ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ। ବ୍ୟାଙ୍କ୍‌ ଅଫ୍ ମହାରାଷ୍ଟ୍ର ୱେବସାଇଟ୍ bankofmaharashtra.in କୁ ଯାଇ ଅନଲାଇନ୍ ଆବେଦନରେ କରିବାକୁ ପଡିବ। ଆବେଦନ କରିବାକୁ ଚାହୁଁଥିବା ଯୁବକମାନେ ଖାଲି ପଦବୀ, ଯୋଗ୍ୟତା୍, ବୟସ ସୀମା, କିପରି ଆବେଦନ କରିବେ ଆଦି ନିମ୍ନରେ ଥିବା ଅନ୍ୟାନ୍ୟ ସୂଚନାରୁ ପାଇପାରିବେ।

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନର ଆରମ୍ଭ ତାରିଖ - ୧୩ ଡିସେମ୍ବର ୨୦୨୨
  • ଆବେଦନର ଶେଷ ତାରିଖ - ୨୩ ଡିସେମ୍ବର ୨୦୨୨

ଖାଲି ପଦବୀ:Bank of Maharashtra offer apprentice jobs(ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି ସୁଯୋଗ)

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ
  • ଅଧିକ ସୂଚନା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ: ୨୦ ବର୍ଷ
  • ସର୍ବାଧିକ ବୟସ: ୨୮ ବର୍ଷ

ଷ୍ଟାଇପେଣ୍ଡ୍:

  • ଟ୍ରେନିଂ ସମୟରେ ମାସକୁ ୯୦୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ଦିଆଯିବ
  • ଏହି ଆପ୍ରେଣ୍ଟିସିପ୍ ଏକ ବର୍ଷ ପାଇଁ ଚାଲିବ

ଆବେଦନ ଶୁଳ୍କ:

  • Gen / EWS / OBC - ୧୫୦ ଟଙ୍କା
  • SC / ST - ୧୦୦ ଟଙ୍କା
  • ଦିବ୍ୟାଙ୍ଗ – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ପ୍ରାର୍ଥୀ ଚୟନ ମେରିଟ୍ ଲିଷ୍ଟ୍‌ ଅନୁସାରେ ହେବ
  • ଦ୍ୱାଦଶ କିମ୍ବା ଡିପ୍ଲୋମାରେ ପ୍ରାର୍ଥୀମାନଙ୍କ ଦ୍ୱାରା ମିଳିଥିବା ମାର୍କର ପ୍ରତିଶତ ଆଧାରରେ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ୍ ଅନୁସାରେ ହେବ।

କିପରି କରିବେ ଆବେଦନ:

  • ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୱେବସାଇଟ୍ bankofmaharashtra.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ 'Careers' ଏବଂ ତାପରେ 'Current Openings' ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ‘Online Application for Engagement of Apprentices, under Apprentices Act 1961 – Project 2022-23' ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ଅନୁରୋଧ କରାଯାଇଥିବା ସୂଚନା ପୁରଣ କରନ୍ତୁ
  • ସୂଚନାକୁ ଯାଞ୍ଚ କରନ୍ତୁ
  • 'Validate your details’ ଉପରେ କ୍ଲିକ୍ କରି ଆପ୍ଲିକେସନ କୁ ସେଭ୍ କରନ୍ତୁ
  • ବର୍ତ୍ତମାନ ‘Proceed’ ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରନ୍ତୁ
  • ଏହାପ୍ରେ ‘COMPLETE REGISTRATION’ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ

ସରକାରୀ ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ:

Govt Jobs Bank Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ