Advertisment

ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଚାକିରି; ପୂରଣ ହେବ ୬୯୬ ପୋଷ୍ଟ୍‌

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍‌ ପୂରଣ ହେବ।

ଅଦ୍ୟତନ ହୋଇଛି
Bank of India recruitment : 2022 for 696 posts

Bank of India recruitment : 2022 for 696 posts

Advertisment

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍‌ ପୂରଣ ହେବ। ଏଥିପାଇଁ ୨୬ ଏପ୍ରିଲ ୨୦୨୨ରୁ ଆବେଦନ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ମେ ୧୦ ରହିଥିବା ବେଳେ ଆବେଦନ କିପରି କରିବେ, ଚୟନ କିପରି ହେବ ଆସନ୍ତୁ ଜାଣିବା।

Advertisment

ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଏପ୍ରିଲ ୧୯ରେ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏଥିରେ ବିଭିନ୍ନ ବିଭାଗରେ ସ୍କେଲ୍ ୪ ପର୍ଯ୍ୟନ୍ତି ଅଫିସିଆଲ୍ ରାଙ୍କ୍ ପଦବୀ ଉପରେ ନିୟମିତ ଏବଂ ଚୁକ୍ତିନାମା ଆଧାରରେ ନିଯୁକ୍ତି ବିଜ୍ଞପ୍ତି ରହିଛି। ବିଜ୍ଞାପନକୁ ଆଧାର କରି ରିସ୍କ୍‌ ମ୍ୟାନେଜର୍‌, କ୍ରେଡିଟ୍ ଆନାଲିଷ୍ଟ୍‌, ଇକୋନୋମିଷ୍ଟ୍‌, ଷ୍ଟାଟିଷ୍ଟିସିଆନ୍, କ୍ରେଡିଟ୍ ଅଫିସର୍, ଟେକ୍ ଆପ୍ରାଇଜାଲ୍ ଏବଂ ଆଇଟି ଅଫିସର-ଡାଟା ସେଣ୍ଟରର ମୋଟ ୫୯୪ ଟି ପଦବୀ ନିୟମିତ ଆଧାରରେ ପୂରଣ ହେବ।

ଏହା ବ୍ୟତୀତ, ୧୦୨ ପୋଷ୍ଟ୍‌ ଚୁକ୍ତିନାମା ଆଧାରରେ ସିନିୟର ମ୍ୟାନେଜର (ଆଇଟି), ମ୍ୟାନେଜର୍‌ ଆଇଟି, ସିନିୟର ମ୍ୟାନେଜର୍‌ (ନେଟ୍‌ୱାର୍କ ସୁରକ୍ଷା), ସିନିୟର୍‌ ମ୍ୟାନେଜର୍‌ (ନେଟ୍‌ୱର୍କ ରାଉଟିଙ୍ଗ ଆଣ୍ଡ୍ ସୁଇଚିଂ ସ୍ପେଶାଲିଷ୍ଟ), ମ୍ୟାନେଜର୍‌ (ଇଣ୍ଡ ପଏଣ୍ଟ୍‌ ସିକ୍ୟୁରିଟି), ମ୍ୟାନେଜର୍‌ (ଡାଟା ସେଣ୍ଟର), ମ୍ୟାନେଜର୍‌ (ଡାଟାବେସ୍ ବିଶେଷଜ୍ଞ), ମ୍ୟାନେଜର୍‌ (ଟେକ୍ନୋଲୋଜି ଆର୍କିଟେକ୍ଟ) ଏବଂ ମ୍ୟାନେଜର୍‌ (ଆପ୍ଲିକେସନ୍ ଆର୍କିଟେକ୍ଟ) ନିଯୁକ୍ତ ହେବେ।

Advertisment

କିପରି କରିବେ ଆବେଦନ:

  • ଆପଣଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍ bankofindia.co.in ପରିଦର୍ଶନ କରିବାକୁ ପଡିବ
  • ଅନ୍‌ଲାଇନ୍ ଆବେଦନ ଫର୍ମ ୨୬ ଏପ୍ରିଲରୁ ଏଠାରେ ଉପଲବ୍ଧ ହୋଇଛି
  • ଆବେଦନ ଫର୍ମ ପୂରଣ ଏବଂ ଦାଖଲ କରିବାକୁ ପଡିବ
  • ଆବେଦନ ଫିସ୍‌ ଦେବା ପରେ ଏକ ପ୍ରିଣ୍ଟ ଆଉଟ୍ ବାହାର କର

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ - ୮୫୦ ଟଙ୍କା
  • SC / ST / PWD ପ୍ରାର୍ଥୀଙ୍କ ପାଇଁ - ୧୭୫ ଟଙ୍କା
Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଗୋଷ୍ଠୀ ଆଲୋଚନା
  • ବ୍ୟକ୍ତିଗତ ସାକ୍ଷାତକାର
Govt Jobs Job In BOI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ