ଅଦ୍ୟତନ ହୋଇଛି
Bank Of Baroda announces big vacancy
Advertisment
ବ୍ୟାଙ୍କ୍ ଅଫ୍ ବରୋଦା(BOB) ନିୟମିତ ଭାବରେ ସ୍ପେଶାଲିଷ୍ଟ୍ ଅଫିସର୍ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୭ ମେ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।
Advertisment
BOBର ଏହି ପୋଷ୍ଟ କର୍ପୋରେଟ୍ ଏବଂ ଇନ୍ଷ୍ଟିଟ୍ୟୁସନାଲ୍ ବିଭାଗ ପାଇଁ। ଯେଉଁମାନେ ଯୋଗ୍ୟ ଏବଂ ଏହି ପଦବୀ ପାଇଁ ଆଗ୍ରହୀ ସେମାନେ BOBର ଅଫିସିଆଲ୍ ୱେବ୍ସାଇଟ୍ www.bankofbaroda.co.inକୁ ଯାଇ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୬ ମେ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୧୭ ମେ ୨୦୨୩
ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଇଣ୍ଟେଲିଜେନ୍ସ ବିଭାଗରେ ଚାକିରି; ଦରମା ୧.୪୨ ଲକ୍ଷ
Advertisment
ପଦବୀ ସଂଖ୍ୟା :
- କ୍ରେଡିଟ୍ ଆନାଲିଷ୍ଟ(Credit Analyst)- ୭୪ଟି ପୋଷ୍ଟ୍
- ଫୋରେକ୍ସ ଆକ୍ୟୁଜିସନ୍(Forex Acquisition)- ୧୭ଟି ପୋଷ୍ଟ୍
- ରିଲେସନ୍ଶିପ୍ ମ୍ୟାନେଜର୍(Relationship Manager)- ୬୬ଟି ପୋଷ୍ଟ୍
- ମୋଟ୍ ପଦବୀ: ୧୫୭ ଟି ପୋଷ୍ଟ୍
ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକ ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ବାଧ୍ୟତାମୂଳକ।
- ଯୋଗ୍ୟତା ସମ୍ବନ୍ଧୀୟ ଅଧିକ ସୂଚନା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment
ବୟସ ସୀମା:
- କ୍ରେଡିଟ୍ ଆନାଲିଷ୍ଟ(Credit Analyst)- ୨୫ ରୁ ୩୫ ବର୍ଷ
- ଫୋରେକ୍ସ ଆକ୍ୟୁଜିସନ୍(Forex Acquisition)- ୨୪ ରୁ ୪୦ ବର୍ଷ
- ରିଲେସନ୍ଶିପ୍ ମ୍ୟାନେଜର୍(Relationship Manager)- ୨୮ ରୁ ୪୨ ବର୍ଷ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / ଓବିସି - ୬୦୦ ଟଙ୍କା
- ଏସ୍ସି / ଏସ୍ଟି / ପିଡବ୍ଲ୍ୟୁଡି / ମହିଳା – ୧୦୦ ଟଙ୍କା
- ଶୁଳ୍କ ପୈଠର ମାଧ୍ୟମ - ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଇ-ଚାଲାଣ
ଦରମା:
- ମାସିକ ସର୍ବନିମ୍ନ ଦରମା – ୬୯,୧୮୦ ଟଙ୍କା
- ମାସିକ ସର୍ବାଧିକ ଦରମା – ୮୯, ୮୯୦ ଟଙ୍କା
ପରୀକ୍ଷା ମୋଡ୍:
- ଅନଲାଇନ୍ ମୋଡ୍ରେ ପରୀକ୍ଷା କରାଯିବ
ପରୀକ୍ଷା ସ୍ଥାନ;
- ଯେଉଁଠାରେ ଏହି ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯିବ ବ୍ୟାଙ୍କ ନିଜ ୱେବସାଇଟରେ ଘୋଷଣା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683546534.jpg)