Advertisment

RRB ALP Recruitment 2024: ଘୋଷଣା ହେଲା ରେଲ୍‌ୱେ ଲୋକୋ ପାଇଲଟ୍‌ ପରୀକ୍ଷା ତାରିଖ; ଜାଣନ୍ତୁ କେବେ…

ରେଲ୍‌ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
RRB ALP Recruitment 2024

RRB ALP Recruitment 2024

Advertisment

ରେଲ୍‌ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।

Advertisment

ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷା ପରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ତାଲିକା ନଭେମ୍ବର / ଡିସେମ୍ବର ୨୦୨୪ରେ ପ୍ରକାଶ ପାଇବ।

ତେବେ ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ ଏହି ପରୀକ୍ଷା ତାରିଖଗୁଡିକ ପରୀକ୍ଷାମୂଳକ ଭାବେ କରାଯାଇଛି। ପ୍ରାର୍ଥୀମାନେ ସଠିକ୍ ତାରିଖ ଯାଞ୍ଚ କରିବାକୁ ପୋର୍ଟାଲକୁ ଯିବାକୁ ପଡିବ।

Advertisment

ଅଧିକ ପଢ଼ନ୍ତୁ: ସାଉଥ୍ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୨୮୬୦ ପଦବୀ

ପ୍ରକାଶଥାଉ ଯେ ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷା ଆଧାରରେ କରାଯିବ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ CBT 1, ଦ୍ୱିତୀୟ ପର୍ଯ୍ୟାୟରେ CBT 2 ରହିଛି। ଏହା ବ୍ୟତୀତ, ତୃତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ଏବଂ ଚତୁର୍ଥ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ୍ ଭେରିଫିକେସନ୍ (DV) ଏବଂ ମେଡିକାଲ୍ ଟେଷ୍ଟ ରହିଛି।

ବୟସ ସୀମାରେ କୋହଳ:

ରେଳବାଇରେ ALP ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାରେ କୋହଳ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ବର୍ତ୍ତମାନ ୩୩ ବର୍ଷ ବୟସ୍କ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ, ପୂର୍ବରୁ କେବଳ ୩୦ ବର୍ଷ ବୟସର ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରେଳବାଇ ପ୍ରାର୍ଥୀଙ୍କୁ ଏହି ସୁବିଧା ଦେଇଛି।

Advertisment

ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୨୦ ଜାନୁୟାରୀ ୨୦୨୪ ରେ ଆରମ୍ଭ ହୋଇଥିଲା। ଏହି ଆବେଦନ ୧୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୫୬୯୬ଟି ପଦବୀ ପୂରଣ ହେବ।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ indianrailways.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Recruitment ବିଭାଗରେ କ୍ଲିକ୍ କରନ୍ତୁ
  • ଏହାପରେ Railway ALP Recruitment 2024ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ Railway ALP Recruitment 2024ର ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ
  • Online ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit ବଟନ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ ବାହାର କରନ୍ତୁ
Indian Railways Railways Indian Railway Jobs Govt Jobs Railway Exam Dates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ