Advertisment

ASO ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ASO ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ ।

ଅଦ୍ୟତନ ହୋଇଛି
Irregulation In OPSC ASO Examination

ASO Exam

Advertisment

ASO ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ପୂର୍ବରୁ OPSC ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ । ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରିଥିଲେ । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ କରିଥିଲେ ।

Advertisment

ଉଲ୍ଲେଖେଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ (OPSC) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ବାଲିଂଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା OPSC ଏବଂ ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା। ଏହାକୁ ନେଇ ଦେଖାଦେଇଥିଲା ତମ୍ବିତୋଫାନ ।

ପୂର୍ବ ପ୍ରକାଶିତ ବିଜ୍ଞପ୍ତିରେ ସେଭଳି କିଛି ସୂଚନା ନଥିବା ଦର୍ଶାଇ ଏବଂ ଏହା ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସର ଉଲ୍ଲଂଘନ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏକାଧିକ ଆଶାୟୀ। ଏପରିକି OPSC ଅଫିସ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। ଶେଷରେ ଗତକାଲି ମାମଲାର ରାୟ ପ୍ରକାଶ କରି OPSC ପକ୍ଷରୁ ଜାରି ମେରିଟ୍ ଲିଷ୍ଟକୁ ଖାରଜ କରିଦେଇଥିଲେ ହାଇକୋର୍ଟ।

Advertisment
OPSC ASO Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ