Advertisment

ASO Recruitment 2023: ସ୍ଥଗିତ ହେଲା Viva-Voce Test ଟେଷ୍ଟ, ଚେକ୍‌ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତାରିଖ...

ଯେଉଁ ପ୍ରାର୍ଥୀ କମ୍ପ୍ୟୁଟର ପରୀକ୍ଷାରେ ପାସ୍‌ କରିବେ ସେମାନେ ନିଯୁକ୍ତିର ଫାଇନାଲ ଷ୍ଟେଜ- Viva-voce Test ଦେବେ। ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଏହି Viva-voce Test ହୋଇଥାନ୍ତା। ହେଲେଏହାକୁ ସ୍ଥଗିତ ରଖାଯାଇଛି।

ଅଦ୍ୟତନ ହୋଇଛି
ASO Recruitment 2023

ASO Recruitment 2023

Advertisment

ଓଡ଼ିଶା ହାଇକୋର୍ଟ(Orissa High Court) ନିକଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ନିଯୁକ୍ତି ପାଇଁ ହୋଇଥିବା ମେନ୍‌ ପରୀକ୍ଷାର ରେଜଲ୍ଟ ପ୍ରକାଶ କରିଥିଲା। ଯେଉଁ ପ୍ରାର୍ଥୀ ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପରବର୍ତ୍ତୀ କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ପାଇଁ ଚୟନ ହୋଇଛନ୍ତି ଅଫିସିଆଲ୍‌ ୱେବ୍‌ସାଇଟ୍‌- www.orissahighcourt.nic.in ରେ ସେମାନଙ୍କର ରୋଲ୍‌ ନମ୍ବର ଅପ୍‌ଲୋଡ୍‌ କରାଯାଇଛି। ଆଜି ଦକ୍ଷତା ପରୀକ୍ଷା(Skill Test) ଅନୁଷ୍ଠିତ ହେବ। 

Advertisment

ଯେଉଁ ପ୍ରାର୍ଥୀ କମ୍ପ୍ୟୁଟର ପରୀକ୍ଷାରେ ପାସ୍‌ କରିବେ ସେମାନେ ନିଯୁକ୍ତିର ଫାଇନାଲ ଷ୍ଟେଜ- Viva-voce Test ଦେବେ। ତେବେ ଏହି ପରୀକ୍ଷା ଆସନ୍ତାକାଲି ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଏହି Viva-voce Test ହୋଇଥାନ୍ତା। ହେଲେଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଘୋଷଣା କରାଯାଇଛି। 

କୋର୍ଟଙ୍କ ସୂଚନା ଅନୁସାରେ, ‘ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ କମ୍ପ୍ୟୁଟର ପରୀକ୍ଷା ହେବ। ତେବେ ସେହି ଦିନ ହିଁ ରେଜଲ୍ଟ ବାହାରିବାର ଥିଲା। ହେଲେ ଏହା ମେ’ ୧୫ ତାରିଖରେ ପ୍ରକାଶ ପାଇବ। ପ୍ରାର୍ଥୀମାନେ କମ୍ପ୍ୟୁଟର ଟେଷ୍ଟର ରେଜଲ୍ଟ ଜାଣିବା ପାଇଁ କୋର୍ଟ ୱେବ୍‌ସାଇଟ୍‌କୁ ଯାଇ ଲାଟେଷ୍ଟ ଅପଡେଟ୍‌ ଚେକ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି।’

Advertisment

ପୂର୍ବରୁ କୋର୍ଟ ଘୋଷଣା କରିଥିଲେ ଯେ,  Viva-voce Test ପାଇଁ କୌଣସି ଅଲଗା ଇ-ଆଡ୍‌ମିଟ୍‌ କାର୍ଡ ଜାରି ହେବନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ