Advertisment

ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପର କୋର୍ଟକୁ ଯିବ କି OPSC ?

ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା।

ଅଦ୍ୟତନ ହୋଇଛି
undefined

ASO aspirants welcome scrapping of OPSC merit list by Orissa High Court

Advertisment

OPSC ପକ୍ଷରୁ ପ୍ରକାଶିତ ASO ମେରିଟ୍ ଲିଷ୍ଟ ଖାରଜ। ASO ନିଯୁକ୍ତି ଅନିୟମିତତା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିକୁ କୁହାଯାଇଛି। ୭୯୬ଟି ASO ପଦବୀ ପାଇଁ ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ପରୀକ୍ଷା ପରେ ପ୍ରକାଶିତ ମେରିଟ୍ ଲିଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Advertisment

ASO ନିଯୁକ୍ତି ମାମଲାରେ ସରକାରଙ୍କୁ ଅଦାଲତି ଝଟକା। ଖାରଜ ହେଲା ଓପିଏସସି ପକ୍ଷରୁ ଜାରି ମେରିଟ୍ ଲିଷ୍ଟ। ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ASO ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ବିରୁଦ୍ଧରେ ଦାୟର ଏକାଧିକ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଓପିଏସସି ପକ୍ଷରୁ ଜାରି ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

କୋର୍ଟ କହିଛନ୍ତି, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏଇ ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ଦୁଇ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାର ମୂଲ୍ୟାୟନ ପଦ୍ଧତିରେ ଅଚାନକ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ବାଲିଂଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା ଓ ଓପିଏସସି। ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ଜଣ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରାଯାଇଥିଲା। ହେଲେ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏନେଇ କୌଣସି ସୂଚନା ନଥିବା ଏବଂ ଏହା ଓଡ଼ିଶା ସେକ୍ରାଟାରିଏଟ୍ ସର୍ଭିସ୍ 
ରିକ୍ରୁଟମେଣ୍ଟ ରୁଲ୍ସର ଉଲ୍ଲଂଘନ ବୋଲି ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏକାଧିକ ଆଶାୟୀ।

ଏଥିସହ ଓପିଏସ୍‌ସି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। ତେବେ ହାଇକୋର୍ଟ ମାମଲା ଗୁଡ଼ିକୁ ବିଚାର ପାଇଁ ଗ୍ରହଣ କରି ପ୍ରାରମ୍ଭିକ ଶୁଣାଣିରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ବି ଚୂଡ଼ାନ୍ତ ଫଳ ପ୍ରକାଶନ ଉପରେ ରୋକ୍ ଲଗାଇଥିଲେ। ଆଉ ଆଜିର ଚୂଡ଼ାନ୍ତ ରାୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶର ସ୍ୱାଗତ କରିଛନ୍ତି ଆବେଦନକାରୀ। ଅପରପକ୍ଷେ ଓପିଏସ୍‌ସିର ପୂର୍ବତନ ସଦସ୍ୟଙ୍କ କହିବା କଥା, ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କ ବ୍ୟବସ୍ଥା ରହିବା ଉଚିତ୍। କିନ୍ତୁ ତା ପୂର୍ବରୁ ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନ ଆଣିବାର ଥିଲା।

Advertisment

ହାଇକୋର୍ଟଙ୍କ ରାୟ ଆବେଦନକାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା ବେଳେ ଓପିଏସସି ଏହି ରାୟକୁ ମାନିନେବ ନା ଏହା ବିରୁଦ୍ଧରେ ଉପର ଅଦାଲତକୁ ଯିବ ତାକୁ ନେଇ ଏବେ ଚର୍ଚ୍ଚା।

OPSC High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ