Advertisment

୧୦ମ ପାଶ୍ କରିଥିଲେ ପରମାଣୁ ଉର୍ଜା ବିଭାଗରେ ସରକାରୀ ଚାକିରି

ଆପଣ ୧୦ ପାଶ୍ କରିଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପରମାଣୁ ଉର୍ଜା ବିଭାଗରେ ଅଛି ସରକାରୀ ଚାକିରି। ମୋଟ ୩୨୧ଟି ପଦବୀ ଖାଲି ଅଛି। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Apply for amd recruitment jto-aso-security guard

Apply for amd recruitment jto-aso-security guard

Advertisment

ଆଣବିକ ଖଣିଜ ନିର୍ଦ୍ଦେଶାଳୟ ଅନ୍ୱେଷଣ ଓ ଅନୁସନ୍ଧାନ (AMD)ରେ ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ (ଜେଟିଓ), ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ (ASO) ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ନିଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, AMDରେ ମୋଟ ୩୨୧ଟି ପଦବୀ ଖାଲି ଅଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍ ଆବେଦନ କରିବା ପାଇଁ AMDର ୱେବସାଇଟ୍ amd.gov.in କୁ ଯିବାକୁ ହେବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ଅକ୍ଟୋବର ୨୯, ୨୦୨୨
  • ASO ଏବଂ ସିକ୍ୟୁରିଟି ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା – ଡିସେମ୍ବର ୨୦୨୨
  • JTO ଏବଂ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା - ଜାନୁଆରୀ ୨୦୨୩
  • JTO ପଦ ପାଇଁ ବର୍ଣ୍ଣନାତ୍ମକ(ଡେସକ୍ରିପ୍ଟିଭ୍) ଲିଖିତ ପରୀକ୍ଷା - ଫେବୃଆରୀ ୨୦୨୩

ଖାଲି ପଦବୀ:

  • ସିକ୍ୟୁରିଟି ଗାର୍ଡ - ୨୭୪
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ – ୩୮
  • ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ – ୯
Advertisment

କେଉଁ ପଦ ପାଇଁ କେତେ ଦରମା:

  • ସିକ୍ୟୁରିଟି ଗାର୍ଡ – ୧୮,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ – ୩୫,୪୦୦ ଟଙ୍କା
  • ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ – ୩୫,୪୦୦ ଟଙ୍କା

ଜରୁରୀ ଶିକ୍ଷାଗତ ଯୋଗ୍ୟତା :

  • ସିକ୍ୟୁରିଟି ଗାର୍ଡ – ଦଶମ ପାସ୍
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ – ସ୍ନାତକ ହେବା ଜରୁରୀ
  • ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ – ହିନ୍ଦୀ / ଇଂରାଜୀରେ ମାଷ୍ଟର ଡିଗ୍ରୀ (ମୁଖ୍ୟ ବିଷୟ)
Advertisment

ବୟସ ସୀମା:

  • ସିକ୍ୟୁରିଟି ଗାର୍ଡ – ୧୮ରୁ ୨୭ ବର୍ଷ
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ – ୧୮ରୁ ୨୭ ବର୍ଷ
  • ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ – ୧୮ରୁ ୨୮ ବର୍ଷ

ଆବେଦନ ଶୁଳ୍କ:

  • ସିକ୍ୟୁରିଟି ଗାର୍ଡ – ୧୦୦ ଟଙ୍କା
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର୍‌ – ୨୦୦ ଟଙ୍କା
  • ଜୁନିଅର ଟ୍ରାନ୍‌ସଲେଟର୍ ଅଫିସର୍ – ୨୦୦ ଟଙ୍କା
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ