ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବ୍ୟାଙ୍କ (IPPB) କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୨ ପଦବୀ ପୂରଣ ହେବ।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.ippbonline.com. କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୬ ଜୁଲାଇ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୧୬ ଅଗଷ୍ଟ ୨୦୨୩
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୫ ବର୍ଷ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗର ପ୍ରାର୍ଥୀ – ୩୦୦ ଟଙ୍କା
- ଏସ୍ସି, ଏସ୍ଟି, ପିଡବ୍ଲ୍ୟୁଡି, ଦିବ୍ୟାଙ୍ଗ, ମହିଳା – ୧୦୦ ଟଙ୍କା
ଦରମା:
- ମନୋନୀତ ପ୍ରାର୍ଥୀ ମାସକୁ ୩୦,୦୦୦ ଟଙ୍କା ପାଇବେ
ଯୋଗ୍ୟତା:
- ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏଟ୍ ହେବା ଜରୁରୀ
- ବିତ୍ତୀୟ ଦ୍ରବ୍ୟ ବିକ୍ରୟ / ସଂଚାଳନ କାର୍ଯ୍ୟରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ www.ippbonline.com କୁ ଯାଆନ୍ତୁ
- ହୋମ୍ପେଜ୍ରେ IPPB କାର୍ଯ୍ୟନିର୍ବାହୀ ନିଯୁକ୍ତି ୨୦୨୩ ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ଆପଣଙ୍କର ଡାଟା ଏଣ୍ଟ୍ରୀ କରି ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ
- ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ