Advertisment

Intelligence Bureau Recruitment: ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି; ନିଯୁକ୍ତି ପାଇବେ ୯୯୫ ଅଫିସର

ଇଣ୍ଟେଲିଜେନ୍ସ ବ୍ୟୁରୋ ବିଭାଗରେ ବାହାରିଛି ଜବରଦସ୍ତ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୯୫ ଇଣ୍ଟେଲିଜେନ୍ସ ଅଫିସର ପଦବୀ ପୂରଣ ହେବ। ଚୟନ ହେଲେ ମାସକୁ ପାଖାପାଖି ଦେଢ ଲକ୍ଷ ଟଙ୍କା ଦରମା।

ଅଦ୍ୟତନ ହୋଇଛି
application starts for 995 posts of intelligence officer

application starts for 995 posts of intelligence officer

Advertisment

ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ବିଭାଗରେ ବାହାରିଛି ଜବରଦସ୍ତ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୯୫ ଇଣ୍ଟେଲିଜେନ୍ସ ଅଫିସର ପଦବୀ ପୂରଣ ହେବ। ଏହି ଇଣ୍ଟେଲିଜେନ୍ସ ବ୍ୟୁରୋ ଆସିଷ୍ଟାଣ୍ଟ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର ଗ୍ରେଡ୍ ୨ (ଆଇବି ACIO-2) ନିଯୁକ୍ତି ପରୀକ୍ଷାକୁ ଇଣ୍ଟେଲିଜେନ୍ସ ବିଭାଗ ଦ୍ୱାରା ଆୟୋଜନ କରାଯିବ।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ mha.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ IB ACIO Grade 2 Registrations Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୫ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • (UR) – ୩୭୭ଟି ପୋଷ୍ଟ୍
  • (SC) –୧୩୪ଟି ପୋଷ୍ଟ୍
  • (ST) – ୧୩୩ଟି ପୋଷ୍ଟ୍
  • OBC – ୨୨୨ଟି ପୋଷ୍ଟ୍
  • (EWS) – ୧୨୯ଟି ପୋଷ୍ଟ୍
  • ମୋଟ ପଦଦୀ - ୯୯୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ

ଦରମା:

  • ମାସିକ ସର୍ବନିମ୍ନ ଦରମା – ୪୪,୯୦୦ ଟଙ୍କା
  • ମାସିକ ସର୍ବନିମ୍ନ ଦରମା – ୧,୪୨,୪୦୦ ଟଙ୍କା

ଆବେଦନ ଶୁଳ୍କ:

  • UR/EWS/OBC – ୧୦୦ ଟଙ୍କା(ପରୀକ୍ଷା ଫି) + ୪୫୦ ଟଙ୍କା (ପ୍ରୋସେସିଂ ଫି)
  • ଅନ୍ୟାନ୍ୟ ବର୍ଗ – ୪୫୦ ଟଙ୍କା (କେବଳ ପ୍ରୋସେସିଂ ଫି)
  • SBI ePay Lite, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, UPI କିମ୍ବା SBI ଚାଳାଣ ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରାଯାଇପାରିବ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା (ଦୁଇଟି ପର୍ଯ୍ୟାୟ)
  • ସାକ୍ଷାତକାର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.mha.gov.in/ www.ncs.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ପଞ୍ଜୀକରଣ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ଫର୍ମ ପୂରଣ କରନ୍ତୁ
  • ପଞ୍ଜୀକରଣ ସମୟରେ ସୃଷ୍ଟି ହୋଇଥିବା ପରିଚୟକୁ ଏଣ୍ଟ୍ରୀ କରି ଲଗଇନ୍ କରନ୍ତୁ |
  • ଆବେଦନ ଫର୍ମ ପୁରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏହାର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ

ଏଠାରେ କ୍ଲିକ୍ କରି ସିଧାସଳଖ ରେଜିଷ୍ଟ୍ରେସନ କରିପାରିବେ

Intelligence Bureau Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ