Advertisment

AIIMS Recruitment: AIIMS ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ପଢନ୍ତୁ ପୂରା ସୂଚନା

AIIMS ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ। ୱାକ୍‌-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ।

aims bilaspur junior resident recruitment 2023

aims bilaspur junior resident recruitment 2023

Advertisment

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(AIIMS), ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ AIIMS ବିଲାସପୁରର ଅଫିସିଆଲ୍ ୱେବସାଇଟ୍, aiimsbilaspur.edu.inକୁ ଯାଇ ଏହି ପଦବୀ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AIIMS Bilaspur Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ – ୦୪ ନଭେମ୍ବର ୨୦୨୩
  • ୱାକ୍-ଇନ୍-ଇଣ୍ଟରଭ୍ୟୁ – ୦୭ ନଭେମ୍ବର ୨୦୨୩(ସକାଳ ୧୧)
Advertisment

ଖାଲି ପଦବୀ:

  • ଜୁନିଅର୍ ରେସିଡେଣ୍ଟ – ୧୪୦ଟି ପୋଷ୍ଟ୍‌
  • ଜୁନିଅର୍ ରେସିଡେଣ୍ଟ(ଡେଣ୍ଟିଷ୍ଟ୍ରୀ) – ୧ଟି ପୋଷ୍ଟ୍‌

ଯୋଗ୍ୟତା:

  • ବିଶ୍ୱବିଦ୍ୟାଳୟ ବା ଡେଣ୍ଟାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଅଧିନରେ ଥିବା ଯେକୌଣସି ଅନୁଷ୍ଠାନରୁ ଡେଣ୍ଟାଲ୍ ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୫୬,୧୦୦ଟଙ୍କା
  • ଅଧିକ ବିବରଣୀ ବିଜ୍ଞପ୍ତିରୁ ମିଳିବ

ଆବେଦନ ଶୁଳ୍କ:

  • SC / ST ବର୍ଗ – ୫୯୦ ଟଙ୍କା(ଜିଏସ୍‌ଟି ସହିତ)
  • ଅନ୍ୟମାନେ – ୧୧୮୦ ଟଙ୍କା(ଜିଏସ୍‌ଟି ସହିତ)
  • ବେଞ୍ଚମାର୍କ ଅକ୍ଷମତା (PwBD) – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ୱାକ୍‌-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ
  • ଆଡମିନିଷ୍ଟ୍ରେଟିଭ୍ ବ୍ଲକ୍, ତୃତୀୟ ମହଲା, ଏଆଇଏମ୍ଏସ୍-ବିଳାସପୁର, କୋଥିପୁରା, ହିମାଚଳ ପ୍ରଦେଶ -୧୭୪୦୩୭ ଠିକଣାରେ ୱାକ୍‌-ଇନ୍-ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।
  • ପ୍ରାର୍ଥୀମାନେ ସାକ୍ଷାତକାର ବୋର୍ଡ ସମ୍ମୁଖରେ ଶାରୀରିକ ଭାବରେ ଉପସ୍ଥିତ ରହିବାକୁ ପଡିବ।
  • ଅନ୍‌ଲାଇନ୍ ସାକ୍ଷାତକାର ପାଇଁ କୌଣସି ଅନୁରୋଧ ବିଚାର କରାଯିବ ନାହିଁ।
AIIMS Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ