Advertisment

ଭୁବନେଶ୍ୱର AIIMSରେ ଚାକିରି ସୁଯୋଗ: Walk-In-Interviewରେ ଭାଗ ନିଅନ୍ତୁ, ଦରମା ୬୦ ହଜାର ଟଙ୍କା

ଏମ୍ସରେ ଚାକିରି କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏକ ପ୍ରୋଜେକ୍ଟ ପାଇଁ ଭୁବନେଶ୍ୱର ଏମ୍ସ(All India Institute of Medical Sciences) ୱାକ୍‌-ଇନ୍‌-ଇଣ୍ଟରଭିୟୁWalk-In-Interview) ଆୟୋଜନ କରିବାକୁ ଯାଉଛି।

AIIMS Bhubaneswar To Hold Walk-In-Interview On August 16

AIIMS Bhubaneswar To Hold Walk-In-Interview On August 16

Advertisment

ଏମ୍ସରେ ଚାକିରି କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏକ ପ୍ରୋଜେକ୍ଟ ପାଇଁ ଭୁବନେଶ୍ୱର ଏମ୍ସ(All India Institute of Medical Sciences) ୱାକ୍‌-ଇନ୍‌-ଇଣ୍ଟରଭିୟୁWalk-In-Interview) ଆୟୋଜନ କରିବାକୁ ଯାଉଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, “Bioinformatician” ପ୍ରୋଜେକ୍ଟ ପାଇଁ ଏହି ୱାକ୍‌-ଇନ୍‌-ଇଣ୍ଟରଭିୟୁ ହେବ। ଇଣ୍ଟରଭିୟୁରେ ଚୟନ ହୋଇଥିବା ପ୍ରାର୍ଥୀ ୩ ମାସ ପାଇଁ ଏହି ପ୍ରୋଜେକ୍ଟ ଉପରେ ଭୁବନେଶ୍ୱର ଏମ୍ସରେ କାର୍ଯ୍ୟ କରିବେ। ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୧୬ ତାରିଖରେ ୱାକ୍‌-ଇନ୍‌-ଇଣ୍ଟରଭିୟୁରେ ଭାଗ ନେଇ ପାରିବେ। 

Advertisment

ଖାଲି ପଡ଼ିଥିବା ପଦବୀ ଓ ଦରମା...

୧. Post Doctoral Fellow (PDF)

ସମୟ ସୀମା: ୩ ମାସ

ବୟସ ସୀମା: ୪୦ ବର୍ଷରୁ କମ୍‌

ଦରମା: ୬୦ ହଜାର ଟଙ୍କା

୨. Medical Officer (Part-time)

ବୟସ ସୀମା: ୩୦ ବର୍ଷରୁ କମ୍‌

ଶିକ୍ଷାଗତ ଯୋଗ୍ୟତା: MBBS ସହ ମେଡିକାଲ୍‌ ସମ୍ବନ୍ଧୀୟ ଜ୍ଞାନ ଥିବା ଆବଶ୍ୟକ

ଦରମା: ୧୮ ହଜାର ଟଙ୍କା

ସର୍ତ୍ତାବଳୀ...

Post Doctoral Fellow ଓ  Medical Officerଙ୍କୁ ପ୍ରାରମ୍ଭିକ ଭାବେ ୩ ମାସ ପାଇଁ ନିଯୁକ୍ତ କରାଯିବ। ଏହାପରେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆଧାର କରି ନିଯୁକ୍ତି ସମୟ ସୀମା ବୃଦ୍ଧି ଉପରେ ବିଚାର କରାଯିବ। ପ୍ରୋଜେକ୍ଟ ପାଇଁ ନିଯୁକ୍ତ ପ୍ରାର୍ଥୀଙ୍କୁ ଏମ୍ସ ଭୁବନେଶ୍ୱରର ସ୍ଥାୟୀ କର୍ମଚାରୀ ଭାବେ ପେରୋଲ୍‌ ରଖାଯିବ ନାହିଁ। ଅର୍ଥାତ୍‌ ପ୍ରୋଜେକ୍ଟ ଶେଷ ହେବା ପରେ ଏମାନର କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ପ୍ରାର୍ଥୀମାନେ ମଧ୍ୟ ଏହି ଚାକିରି ଉପରେ ସ୍ଥାୟୀ କର୍ମଚାରୀ ଭାବେ ଦାବି କରିପାରିବେ ନାହିଁ। 

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ- Click HERE

AIIMS-Bhubaneswar AIIMS Bhubaneswar Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ