Advertisment

AICTE Recruitment: ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ମାସକୁ ଦରମା ୧ଲକ୍ଷ ପରେ

AICTE ବିଭିନ୍ନ ଅଣ-ଶିକ୍ଷାଦାନ କ୍ଷେତ୍ରରେ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହା ସମ୍ବନ୍ଧୀୟ ତଥ୍ୟ ଉପରେ ନଜର ପକେଇ ନିଅନ୍ତୁ।

ଅଦ୍ୟତନ ହୋଇଛି
AICTE Non Teaching Recruitment 2023

AICTE non teaching recruitment for 46 post

Advertisment

ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) ବିଭିନ୍ନ ଅଣ-ଶିକ୍ଷାଦାନ କ୍ଷେତ୍ରରେ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଆକାଉଣ୍ଟାଣ୍ଟ୍‌ / ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ କମ୍‌ ଆକାଉଣ୍ଟାଣ୍ଟ, ଜୁନିଅର ହିନ୍ଦୀ ଅନୁବାଦକ, ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର- ଗ୍ରେଡ୍ ୩ ଏବଂ ଲୋୟର ଡିଭିଜନ୍ କ୍ଲର୍କ (LDC) ଇତ୍ୟାଦିରେ ନିଯୁକ୍ତି ମିଳିବ।

Advertisment

ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ recruitment.nta.nic.in... କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହା ସମ୍ବନ୍ଧୀୟ ତଥ୍ୟ ଉପରେ ନଜର ପକେଇ ନିଅନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦବ ଆରମ୍ଭ: ୧୬ ଏପ୍ରିଲ୍ ୨୦୨୩
  • ଅନ୍‌ଲାଇନ୍ ଆବେଦବ ଶେଷ: ୧୫ ମେ ୨୦୨୩

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପାଶ୍ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡିଶାରେ ସରକାରୀ ଚାକିରି

Advertisment

ଖାଲି ପଦବୀ:

  • ଆକାଉଣ୍ଟାଣ୍ଟ୍‌ - ୧୦ ପୋଷ୍ଟ୍
  • ଜୁନିଅର ହିନ୍ଦୀ ଅନୁବାଦକ - ୧ ପୋଷ୍ଟ୍
  • ଆସିଷ୍ଟାଣ୍ଟ – ୩ ପୋଷ୍ଟ୍
  • ଡାଟା ଏଣ୍ଟ୍ରି ଅପରେଟର (ଗ୍ରେଡ୍ ୩) – ୨୧ ପୋଷ୍ଟ୍
  • ଲୋୟର ଡିଭିଜନ୍ କ୍ଲର୍କ – ୧୧ ପୋଷ୍ଟ୍
  • ମୋଟ- ୪୬ ପୋଷ୍ଟ୍‌

ସର୍ବୋଚ୍ଚ ବୟସ ସୀମା:

  • ଆକାଉଣ୍ଟାଣ୍ଟ୍‌ - ୩୫ ବର୍ଷ
  • ଜୁନିଅର ହିନ୍ଦୀ ଅନୁବାଦକ - ୩୫ ବର୍ଷ
  • ଆସିଷ୍ଟାଣ୍ଟ – ୩୫ ବର୍ଷ
  • ଡାଟା ଏଣ୍ଟ୍ରି ଅପରେଟର (ଗ୍ରେଡ୍ ୩) – ୩୦ ବର୍ଷ
  • ଲୋୟର ଡିଭିଜନ୍ କ୍ଲର୍କ – ୩୦ ବର୍ଷ
Advertisment

ଯୋଗ୍ୟତା:

  • ଆକାଉଣ୍ଟାଣ୍ଟ୍‌ - କମର୍ସରେ ଡିଗ୍ରୀ, ୫ ବର୍ଷର ଅଭିଜ୍ଞତା
  • ଜୁନିଅର ହିନ୍ଦୀ ଅନୁବାଦକ – ହିନ୍ଦି ବା ଇଂରାଜୀରେ ପିଜି/ ଅନୁବାଦରେ ଡିପ୍ଲୋମା, ୨ ବର୍ଷର ଅଭିଜ୍ଞତା
  • ଆସିଷ୍ଟାଣ୍ଟ – ଗ୍ରାଜୁଏସନ, ୬ ବର୍ଷର ଅଭିଜ୍ଞତା
  • ଡାଟା ଏଣ୍ଟ୍ରି ଅପରେଟର (ଗ୍ରେଡ୍ ୩) – ଗ୍ରାଜୁଏସନ୍, କମ୍ପ୍ୟୁଟର ଡିପ୍ଲୋମା, ଡାଟାଏଣ୍ଟ୍ରୀ(ଘଣ୍ଟାକୁ @୮୦୦୦ କୀ)
  • ଲୋୟର ଡିଭିଜନ୍ କ୍ଲର୍କ – ଗ୍ରାଜୁଏସନ୍‌, ଟାଇପିଙ୍ଗ୍

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ /OBC/ EWS - ୧୦୦୦ଟଙ୍କା
  • SC/ ST/ ମହିଳା – ୬୦୦ ଟଙ୍କା
  • ଅନ୍‌ଲାଇନ୍‌ରେ ଦେୟ ପୈଠ

ଦରମା:

  • ସର୍ବନିମ୍ନ ଦରମା – ୩୫, ୪୦୦ ଟଙ୍କା
  • ସର୍ବୋଚ୍ଚ ଦରମା – ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

AICTE Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ