AIC ରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଆପଣ ଚାକିରି ଖୋଜୁଛନ୍ତି କି ? ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌( AIC) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।

AIC Recruitment 2021

News Summary

 AIC ରେ ଖାଲି ପଡ଼ିଛି ପଦବୀ, ଦରମା ୪୦ ହଜାରରୁ ଅଧିକ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌ (AIC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରା ଯାଇଛି ।

ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହି ଭର୍ତ୍ତି ମ୍ୟାନେଜମେଣ୍ଟ ଟ୍ରେନି ଏବଂ ହିନ୍ଦୀ ଅଫିସର ପଦବୀରେ ହେବ। ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଚନ୍ତି, ତେବେAIC ର ୱେବସାଇଟକୁ ଯାଇ ନିଜର ରେଜିଷ୍ଟ୍ରେସନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୩ ଡିସେମ୍ବର ୨୦୨୧ ରହିଛି । ଏହି ପଦବୀରେ ପାଇଁ ପରୀକ୍ଷା ୨୦୨୨ରେ କରାଯିବ।ଯୋଗ୍ୟ ପ୍ରାର୍ଥୀ ମାନେ ମ୍ୟାନେଜମେଣ୍ଟ ଟ୍ରେନି ହିନ୍ଦୀ ଅଫିସର ପଦବୀ ପାଇଁ ଆବେଦନ କରିପାରିବେ ।

କିପରି କରିବେ ଆବେଦନ:

ପଦବୀ ପାଇଁ ଦରମା:

ହିନ୍ଦୀ ଅଫିସର ପାଇଁ ପ୍ରତି ମାସକୁ ୩୨,୯୭୫ ଟଙ୍କା ରଖା ଯାଇଥିବା ବେଳେ ମ୍ୟାନେଜମେଣ୍ଟ ଟ୍ରେନି ପାଇଁ ୪୦ ହଜାର ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି ।

ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ପରୀକ୍ଷା ଫିସ ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି ଏବଂ PwBD କ୍ୟାଟେଗୋରୀ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।