Advertisment

ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ପଦବୀ ଖାଲି; ଦରମା ବର୍ଷକୁ ୫ ଲକ୍ଷ

ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଚୟନ ପ୍ରାର୍ଥୀ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବେ।

Acquisition officer post in Bank Of Baroda

Acquisition officer post in Bank Of Baroda

Advertisment

ବ୍ୟାଙ୍କରେ ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଏହି ପଦବୀରେ ନିଯୁକ୍ତି ସାରା ଦେଶରେ କରାଯିବ।

Advertisment

ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ୧୪ ମାର୍ଚ୍ଚ ୨୦୨୩ ହେଉଛି ଏହାର ଶେଷ ତାରିଖ। ବ୍ୟାଙ୍କ ଅଫ୍ ବରୋଦାର ୱେବସାଇଟ୍ bankofbaroda.in କୁ ଯାଇ ଆପଣ ଏଥିପାଇଁ ଆବେଦନ କରିପାରିବେ।

ଦରମା:

  • ମେଟ୍ରୋ ସିଟି - ବାର୍ଷିକ ୫ ଲକ୍ଷ ଟଙ୍କା
  • ନନ୍ ମେଟ୍ରୋ - ବର୍ଷକୁ ୪ ଲକ୍ଷ ଟଙ୍କା

ସହର ନେଇ ଖାଲି ପଦବୀ:

  • ଅହମ୍ମଦାବାଦ - ୨୫
  • ଆହ୍ଲାବାଦ - ୯
  • ଆନନ୍ଦ - ୮
  • ବରେଲି - ୯
  • ବେଙ୍ଗାଲୁରୁ - ୨୫
  • ଭୋପାଳ - ୧୫
  • ଚଣ୍ଡିଗଡ଼ - ୮
  • ଚେନ୍ନାଇ - ୨୫
  • କୋଏମ୍ବାଟୁର - ୧୫
  • ଦିଲ୍ଲୀ – ୨୫
  • ଏର୍ନାକୁଲମ - ୧୬
  • ଗୁଆହାଟି - ୮
  • ହାଇଦ୍ରାବାଦ – ୨୫
  • ଇନ୍ଦୋର – ୧୫
  • ଜୟପୁର -୧୦
  • ଜଲନ୍ଦର - ୮
  • ଯୋଧପୁର - ୯
  • କାନପୁର - ୧୬
  • କୋଲକାତା - ୨୫
  • ଲକ୍ଷ୍ନୌ - ୧୯
  • ଲୁଧିଆନା - ୯
  • ମାଙ୍ଗାଲୁରୁ – ୮
  • ମୁମ୍ବାଇ - ୨୫
  • ନାଗପୁର - ୧୫
  • ନାଶିକ୍ - ୧୩
  • ପାଟନା - ୧୫
  • ପୁଣେ - ୧୭
  • ରାଜକୋଟ - ୧୩
  • ସୁରଟ - ୨୫
  • ଉଦୟପୁର – ୮
  • ଭଦୋଦରା - ୧୫
  • ବାରାଣାସୀ - ୯
  • ବିଶାଖାପାଟନମ୍ - ୧୩
Advertisment

ଯୋଗ୍ୟତା:

  • ଶିକ୍ଷା - ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ସ୍ନାତକ ହେବା ଆବଶ୍ୟକ
  • ଅଭିଜ୍ଞତା - ପ୍ରାର୍ଥୀମାନଙ୍କର ପବ୍ଲିକ ବ୍ୟାଙ୍କ୍‌ / ବେସରକାରୀ ବ୍ୟାଙ୍କ୍‌ / ବୈଦେଶିକ ବ୍ୟାଙ୍କ୍‌ / ବ୍ରୋକିଂ ଫାର୍ମ / ସିକ୍ୟୁରିଟି ଫାର୍ମ / ଆସେଟ୍‌ ମ୍ୟାନେଜମେଣ୍ଟ୍‌ କମ୍ପାନୀରେ କାର୍ଯ୍ୟର ଅଭିଜ୍ଞତା ଥିବା ଜରୁରୀ।
  • ସ୍ଥାନୀୟ ଅଞ୍ଚଳର ଭାଷାରେ ପାରଦର୍ଶିତା ମଧ୍ୟ ଆବଶ୍ୟକ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ପରୀକ୍ଷା
  • ସାଇକୋମେଟ୍ରିକ୍ ଟେଷ୍ଟ୍

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ:

Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ