Advertisment

AAI Recruitment: AAI ରେ ପୂରଣ ହେବ ୯୦୬ଟି ପଦବୀ; ଗ୍ରାଜୁଏସନ କରିଥିଲେ ଆବେଦନ କରିପାରିବେ

AAI କାର୍ଗୋ ଲଜିଷ୍ଟିକ୍ସ ଏବଂ ଆଲିଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ସାରା ଭାରତରେ ସିକ୍ୟୁରିଟି ସ୍କ୍ରିନର୍ (ଫ୍ରେଶର୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
AAI Recruitment 2023

AAI Recruitment 2023

Advertisment

ଏୟାର ଇଣ୍ଡିଆରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। AAI କାର୍ଗୋ ଲଜିଷ୍ଟିକ୍ସ ଏବଂ ଆଲିଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ସାରା ଭାରତରେ ସିକ୍ୟୁରିଟି ସ୍କ୍ରିନର୍ (ଫ୍ରେଶର୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ AAICLAS ର ଅଫିସିଆଲ୍ ୱେବସାଇଟ୍ aaiclas.aero କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AAI Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯୦୬ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଡିସେମ୍ବର ୨୦୨୩

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ଗ୍ରାଜୁଏସନ୍
  • ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୬୦% ମାର୍କ ଏବଂ SC / ST ପାଇଁ ୫୫% ମାର୍କ ରହିବା ଉଚିତ
Advertisment

ବୟସ ସୀମା:

  • ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ
  • ଏହାଠାରୁ ଅଧିକ ହୋଇଥିଲେ ଫର୍ମ ପୂରଣ କରିପାରିବେ ନାହିଁ

ଆବେଦନ ଶୁଳ୍କ:

  • ଜେନେରାଲ / OBC - ୭୫୦ ଟଙ୍କା
  • ମହିଳା/ SC/ST ଏବଂ EWS – ୧୦୦ଟଙ୍କା

କିପରି କରିବେ ଆବେଦନ:

  • AAICLAS ର ଅଫିସିଆଲ୍ ୱେବସାଇଟ୍ aaiclas.aero କୁ ଯାଆନ୍ତୁ
  • ହୋମ୍ ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆଉଥରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ
  • ଫର୍ମ ପୂରଣ କରନ୍ତୁ, ଦେୟ ଦିଅନ୍ତୁ ଏବଂ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Advertisment
Govt Jobs AAI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ