Advertisment

ଆପଣ ଯଦି ଗ୍ରାଜୁଏସନ୍‌ କରିଛନ୍ତି ତେବେ SBIରେ କରିପାରିବେ ଚାକିରି

କେନ୍ଦ୍ର ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପାଇଁ ଆବେଦନ ୱିଣ୍ଡୋ ଖୋଲିଛି। ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ।

6160 apprentice vacancies in SBI know selection criteria

6160 apprentice vacancies in SBI know selection criteria

Advertisment

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(SBI) ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପାଇଁ ଆବେଦନ ୱିଣ୍ଡୋ ଖୋଲିଛି। ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ। ଏହି ନିଯୁକ୍ତି ସାରା ଭାରତରେ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍ https://sbi.co.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SBI Apprentice Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୦୧ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୨୧ ସେପ୍ଟେମ୍ବର ୨୦୨୩
  • ପରୀକ୍ଷା ତାରିଖ – ଅକ୍ଟୋବର ରୁ ନଭେମ୍ବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସ୍ନାତକ
  • ଯେକୌସିଅ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ବା ବୋର୍ଡରୁ ପାଶ୍‌ ହେବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧ ଅଗଷ୍ଟ ୨୦୨୩ ଅନୁସାରେ ହେବ।
Advertisment

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଲିଖିତ ପରୀକ୍ଷା
  • ଆଞ୍ଚଳିକ ଭାଷା ଜ୍ଞାନ ଯାଞ୍ଚ୍
  • ଲିଖିତ ପରୀକ୍ଷା ୧ ଘଣ୍ଟା ହେବ
  • ଇଂରାଜୀ ସମେତ ମାଲାୟାଲମ୍, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ୍, ତେଲୁଗୁ, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, କୋଙ୍କଣୀ, ଏବଂ ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ।

ଷ୍ଟାଇପେଣ୍ଡ୍:

  • ଏହି ପଦବୀ ପାଇଁ ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୫୦୦୦ ପାରିଶ୍ରମିକ ମିଳିବ

ଆବେଦନ ଶୁଳ୍କ:

  • ଜେନେରାଲ୍ / OBC / EWS – ୩୦୦ଟଙ୍କା
  • SC / ST / PwBD ବର୍ଗ ପ୍ରାର୍ଥୀ – ଦେୟମୁକ୍ତ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍, https://sbi.co.in କୁ ଯାଆନ୍ତୁ
  • କ୍ୟାରିୟର ବିଭାଗକୁ ଯାଆନ୍ତୁ
  • Recruitmen ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଉପଯୁକ୍ତ ପରିଚୟ ସହିତ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
Govt Jobs SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ