Advertisment

ମାତ୍ର ୨୫ ଟଙ୍କା ଦେଇ କେନ୍ଦ୍ର ସରକାରରେ ଅଫିସର୍ ହୁଅନ୍ତୁ

କେନ୍ଦ୍ର ସରକାରରେ ସୁପର୍‌ଭାଇଜର୍‌ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ମାତ୍ର ୨୫ ଟଙ୍କା ଦେବାକୁ ପଡିବ।

ଅଦ୍ୟତନ ହୋଇଛି
UPSC Recruitment 2023

25 rs application fee become an officer in central govt

Advertisment

ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (UPSC) ସୁପର୍‌ଭାଇଜର୍‌ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ, UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯ଟି ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟ୍‌ଗୁଡିକରେ ଚାକିରି ପାଇବାକୁ ଯୋଜନା କରୁଛନ୍ତି, ସର୍ବପ୍ରଥମେ ସେମାନେ ଏହା ସମ୍ଭନ୍ଧିତ ଏହି ସୂଚନାଗୁଡିକ ଜାଣିନେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ – ୨୨ ଏପ୍ରିଲ୍ ୨୦୨୩
  • ପଞ୍ଜୀକରଣ ପ୍ରକ୍ରିୟା ଶେଷ - ୧୨ ମେ ୨୦୨୩
Advertisment

ଅଧିକ ପଢ଼ନ୍ତୁ: UPSC ରେ ପୂରଣ ହେବ ୧୨୬୧ ପଦବୀ; ଆବେଦନ ଆରମ୍ଭ

ପୋଷ୍ଟ୍‌ ସଂଖ୍ୟା:

  • ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ - ୨ଟି ପୋଷ୍ଟ୍‌
  • ଅତିରିକ୍ତ ସହକାରୀ ନିର୍ଦ୍ଦେଶକ - ୩ଟି ପୋଷ୍ଟ୍‌
  • ବୈଜ୍ଞାନିକ 'ବି': ୧ଟି ପୋଷ୍ଟ୍‌
  • ସୁପର୍‌ଭାଇଜର୍‌: ୩ଟି ପୋଷ୍ଟ୍‌

ଯୋଗ୍ୟତା:

  • ବିଭିନ୍ନ ପୋଷ୍ଟ ପାଇଁ ମାଷ୍ଟର ଡିଗ୍ରୀ, ବିଇଡି, ଡିପ୍ଲୋମା ଭଳି ଯୋଗ୍ୟତା ରହିଛି
  • ପୂରା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS - ୨୫ ଟଙ୍କା
  • SC / ST / PWBD / ମହିଳା ପ୍ରାର୍ଥୀ – ଦେୟ ମୁକ୍ତ
  • କେବଳ ନଗଦ ଆକାରରେ କିମ୍ବା ଏସ୍‌ବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟରେ କିମ୍ବା ଭିସା / ମାଷ୍ଟର୍‌ କ୍ରେଡିଟ୍ / ଡେବିଟ୍ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରାଯିବ।

ଅନ୍ୟାନ୍ୟ ବିବରଣୀ:

  • ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
  • ମୋଟ୍ ୧୦୦ ମାର୍କକୁ ନେଇ ସାକ୍ଷାତକାର ହେବ
  • UR / EWS - ୫୦ ମାର୍କ
  • OBC – ୪୫ ମାର୍କ
  • SC / ST / PwBD - ୪୦ ମାର୍କ

ଏହା ସହ ଜଡିତ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନକୁ UPSC ର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ପଡିବ।

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

UPSC Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ