Advertisment

ଦଶମ ସାର୍ଟିଫିକେଟ୍ ସହ ଏହି ଯୋଗ୍ୟତା ଥିଲେ ITBPରେ ହେଡ୍ କନଷ୍ଟେବଳ ଚାକିରି; ଦରମା ୮୧ ହଜାର

ITBP ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଦଶମ ପାଶ ସହିତ ନର୍ସିଂ କରିଥିଲେ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୮୧ ହଜାର ଟଙ୍କା ଦରମା ମିଳିବ।

ଅଦ୍ୟତନ ହୋଇଛି
ITBP Recruitment 2023

10th pass job head constable in indo Tibetan border police

Advertisment

ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ITBP ର ଅଫିସିଆଲ୍ ୱେବସାଇଟ୍ recruitement.itbpolice.nic.in କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୮୧ ଟି ପଦବୀ ପୂରଣ ହେବାକୁ ଥିବାବେଳେ ଯେଉଁମାନେ ଏହି ପୋଷ୍ଟଗୁଡିକରେ ଚାକିରି ପାଇବାକୁ ଚାହାଁନ୍ତି କିମ୍ବା ଚାକିରି ପାଇ ପ୍ରସ୍ତୁତ ହେଉଛନ୍ତି, ସେମାନେ ଏହି ସବୁ ଜିନିଷକୁ ଭଲଭାବେ ପଢିବା ପରେ ଆବେଦନ କରିବା ଉଚିତ।

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପାଶ୍‌ କରିଥିଲେ କ୍ୟାବିନେଟ୍ ସଚିବାଳୟରେ ଚାକିରି; ମାସକୁ ମିଳିବ ୯୨ ହଜାର

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ପ୍ରକ୍ରିୟା ଆରମ୍ଭ - ୯ ଜୁନ୍ ୨୦୨୩

  • ଆବେଦନ ପ୍ରକ୍ରିୟା ଶେଷ - ୮ ଜୁଲାଇ ୨୦୨୩

ପୋଷ୍ଟଗୁଡିକର ସଂଖ୍ୟା:

  • ସାଧାରଣ ବର୍ଗ: ୩୪ ପୋଷ୍ଟ୍
  • OBC: ୨୨ ପୋଷ୍ଟ୍
  • SC: ୧୨ ପୋଷ୍ଟ୍
  • ST: ୦୬ ପୋଷ୍ଟ୍
  • EWS: ୦୭ ପୋଷ୍ଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ : ୧୮ ବର୍ଷ
  • ସର୍ବାଧିକ ବୟସ ୨୫ ବର୍ଷ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀ ଆବେଦନ ଶୁଳ୍କ ଦେୟରୁ ମୁକ୍ତ

ଅଧିକ ପଢ଼ନ୍ତୁ: SBI Recruitment 2023: ଏହିସବୁ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ୭୫ ଲକ୍ଷ ଟଙ୍କା

Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସମାନ କ୍ଷେତ୍ରରେ ଦଶମ ପାଶ୍‌

  • ଏଥିସହ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆସିଷ୍ଟାଣ୍ଟ ନର୍ସିଂ ମିଡୱାଇଫେରୀ ପାଠ୍ୟକ୍ରମ ପାଶ୍‌
  • ଏହା ବ୍ୟତୀତ ପ୍ରାର୍ଥୀମାନେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ନର୍ସିଂ କାଉନ୍‌ସିଲ୍‌ରେ ପଞ୍ଜୀକୃତ ହେବା ଉଚିତ

ଦରମା:

  • ସର୍ବନିମ୍ନ ମାସିକ ଦରମା: ୨୫,୫୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା: ୮୧,୧୦୦ ଟଙ୍କା

ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବାକୁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ

Govt Jobs ITBP ITBP Jawans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ