Advertisment

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରର ପୁଣି ଉପହାର, ଏବେ CISFରେ ୧୦% ସଂରକ୍ଷଣ...

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍‌ଏଫ୍‌ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
MHA Announces 10% Reservation In CISF For Ex-Agniveers

10 percent reservation in CISF for ex Agniveers

Advertisment

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍‌ଏଫ୍‌(CISF- Central Police Reserve Force)ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛି। କିଛିଦିନ ପୂର୍ବେ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବିଏସ୍‌ଏଫ୍‌(BSF-Border Security Force)ରେ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ।

Advertisment

ପିଟିଆଇ ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ ଆକ୍ଟ, ୧୯୬୮,(50 of 1968) ଅନୁଯାୟୀ କରାଯାଇଥିବା ନିୟମରେ ସଂଶୋଧନ ପରେ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଥିଲା। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ‘ଖାଲି ପଡ଼ିଥିବା ପଦବୀର ୧୦% ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରଖାଯିବ। 

ଏହାସହ ଗୃହ ବ୍ୟାପାର ମନ୍ତ୍ରାଳୟ ଉପର ବୟସ ସୀମାରେ ମଧ୍ୟ କୋହଳ କରିଛି। ଅଗ୍ନିବୀର ପ୍ରଥମ ବ୍ୟାଚ୍ କିମ୍ବା ପରବର୍ତ୍ତୀ ବ୍ୟାଚ୍ ହୋଇଥିଲେ ମଧ୍ୟ ବୟସ ସୀମାରେ କୋହଳ କରାଯାଇଛି। ବୟସ ସୀମା ବ୍ୟତୀତ, ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଅଗ୍ନିବୀର ପ୍ରଥମ ବ୍ୟାଚ୍‌ଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯାଇଥିବା ବେଳେ ଅନ୍ୟ ବ୍ୟାଚ୍‌ର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯାଇଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଅଗ୍ନିବୀରଙ୍କ ପାଇଁ ବିଏସଏଫ୍‌ ପଦବୀରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଥିଲା। ଖାଲି ସେତିକି ନୁହେଁ ଅଗ୍ନିବୀରଙ୍କ ବୟସ ସୀମାରେ ମଧ୍ୟ କୋହଳ ନେଇ ଘୋଷଣା ହୋଇଥିଲା।

Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ