Advertisment

ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

undefined

indian diplomats meet taliban leader

Advertisment

କାବୁଲ୍‌: ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି। ତାଲିବାନର କୌଣସି ସଭା କିମ୍ବା ବୈଠକରେ ମହିଳାଙ୍କୁ ସାମିଲ କରାଯାଉନଥିବାରୁ, ଏହାକୁ ଅନ୍ୟାୟ ବୋଲି କହିବା ସହ ନୂଆ କ୍ୟାବିନେଟ୍ ଘୋଷଣା ପୂର୍ବରୁ ମହିଳାଙ୍କ ସହ ପରାମର୍ଶ କରିବାକୁ ଦାବି ହୋଇଛି।

Advertisment

ମହିଳାଙ୍କୁ ସାମିଲ ନକରି କୌଣସି ସରକାର ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ହେରାତ୍ ପରେ ରାଜଧାନୀ କାବୁଲରେ ମଧ୍ୟ କିଛି ମହିଳା ରାସ୍ତାକୁ ଓହ୍ଲାଇ ତାଲିବାନୀ ନୀତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ତାଲିବାନ ସରକାର ଗଠନ ପରେ ସରିୟା ନିୟମ ଅନୁସାରେ ଦେଶ ଚଳାଇବାକୁ ଯାଉଛି । ଯେଉଁଥିରେ ୨୦ ବର୍ଷ ପଛକୁ ଫେରିଯିବ ଆଫଗାନିସ୍ତାନ। ମହିଳାଙ୍କୁ ସହିବାକୁ ପଡ଼ିବ ଅକଥନୀୟ ଅତ୍ୟାଚାର। ଏହି ଭୟରେ ଶହଶହ ସଂଖ୍ୟାରେ କର୍ମଜୀବୀ ଓ କଳାକାର ମହିଳା ଏବଂ ସାମ୍ବାଦିକା ଦେଶ ଛାଡ଼ି ଚାଲିଯାଇଛନ୍ତି।

Advertisment

ସେପଟେ ତାଲିବାନ ଏଯାଏଁ ମହିଳାଙ୍କୁ ଏହି ନୂଆ ଶାସନରେ କେଉଁ ଅଧିକାର ମିଳିବ, କେଉଁ କେଉଁ ପଦବୀରେ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ, ସେନେଇ କୌଣସି ଠୋସ୍ ନିଷ୍ପତ୍ତି ନେଇନାହିଁ। ତାଲିବାନର ବରିଷ୍ଠ ନେତା ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକ୍ଜାଇ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, ମହିଳାମାନେ ଇସ୍ଲାମ କାର୍ଯ୍ୟଧାରା ଭିତରେ ରହି ସରକାରୀ କାର୍ଯ୍ୟାଳୟରେ ଚାକିରି କରିପାରିବେ, କିନ୍ତୁ ସେମାନଙ୍କୁ କ୍ୟାବିନେଟରେ କିମ୍ବା କୌଣସି ଉଚ୍ଚ ପଦପଦବୀରେ ସ୍ଥାନ ମିଳିନପାରେ।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ