ଅର୍ଡର କଲେ ୧.୫ ଲକ୍ଷର ମୋବାଇଲ, iPhone 13 Pro Max​ ବଦଳରେ ଆସିଲା ସାବୁନ୍ ବୋତଲ

ବ୍ରିଟେନର ଖୋଲା ଲାଫଲି ନାମକ ଜଣେ ୩୨ ବର୍ଷୀୟ ମହିଳା ଜାନୁଆରୀ ୨୪ରେ ସ୍କାଏ ମୋ‍ବାଇଲରୁ ଏକ ଆଇଫୋନ୍ ଅର୍ଡର କରିଥିଲେ । କିଛି ଟଙ୍କା ପଇଠ କରିବା ସହ ୩୬ ମାସର ଇଏମଆଇରେ ସେ ଏହି ଫୋନ ପାଇଁ ଅର୍ଡର କରିଥିଲେ ।

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ: ଅନଲାଇନରେ ଫୋନ୍ ମଗାଇବା ମହଙ୍ଗା ପଡ଼ିଲା । ଠକାମିରେ ଶିକାର ହେଲେ ଗ୍ରାହକ । ବ୍ରିଟେନର ଜଣେ ମହିଳା ଅନଲାଇନରେ ଆପଲ କମ୍ପାନୀର ଏକ ମହଙ୍ଗା ଫୋନ ଅର୍ଡର କରିଥିଲେ । ମହିଳା ଜଣକ ୧,୫୧,୫୪୬ ମୂଲ୍ୟର ଆଇଫୋନ ଅର୍ଡର କରିଥିଲେ । ହେଲେ ଆଇଫୋନ୍ ବଦଳରେ ତାଙ୍କୁ ମିଳିଛି ସାବୁନ ବୋତଲ । iPhone 13 Pro Max ବଦଳରେ ଘରେ ସାବୁନ୍ ବୋତଲ ପହଞ୍ଚିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯିବା ସହ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଇ-କର୍ମସ କମ୍ପାନୀରେ ଏପରି ଘଟଣା ଘଟିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଲୋକଙ୍କ ସହ ଏପରି ହୋଇଛି ।

ବ୍ରିଟେନର ଖୋଲା ଲାଫଲି ନାମକ ଜଣେ ୩୨ ବର୍ଷୀୟ ମହିଳା ଜାନୁଆରୀ ୨୪ରେ ସ୍କାଏ ମୋ‍ବାଇଲରୁ ଏକ ଆଇଫୋନ୍ ଅର୍ଡର କରିଥିଲେ । କିଛି ଟଙ୍କା ପଇଠ କରିବା ସହ ୩୬ ମାସର ଇଏମଆଇରେ ସେ ଏହି ଫୋନ ପାଇଁ ଅର୍ଡର କରିଥିଲେ । ମହିଳା ଜଣକ ଜାନୁଆରୀ ୨୪ରେ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଅର୍ଡର କରିଥିବା ସୂଚନା ମିଳିଛି । ଗୋଟିଏ ଦିନ ପରେ ପ୍ୟାକେଜ୍ ଆସିବାର ଥିଲା, କିନ୍ତୁ ଟ୍ରାଫିକ ଅସୁବିଧା ଥିବା କହି ୨ ଦିନ ପରେ ପ୍ୟାକେଜ୍ ପହଞ୍ଚାଇଥିଲା ଡେଲିଭରି ବୟ୍ ।

ମହିଳାଙ୍କ କହିବା ଅନୁସାରେ ଜାନୁଆରୀ ୨୬ରେ ଡେଲିଭର ବୟଙ୍କ ଘରେ ପହଞ୍ଚିଥିଲା, କିନ୍ତୁ ତାଙ୍କୁ ଆଇଫୋନ୍ ନଦେଇ ଘରର ଫଟୋ ଉଠାଇ ସେଠାରୁ ଚାଲିଯାଇଥିଲା । ଆଉ ତା’ ପର ଦିନ ଅର୍ଥାତ୍ ଜାନୁଆରୀ ୨୭ରେ ମହିଳା ଜଣକ ଡେଲିଭରି ପାଇଲେ । କିନ୍ତୁ ପ୍ୟାକେଜ୍ ଖୋଲିବା ସମୟରେ ଆଇଫୋନ୍ 13 ପ୍ରୋ ମ୍ୟାକ୍ସ ବଦଳରେ ସାବୁନ ବୋତଲ ଥିବା ଦେଖିବାକୁ ପାଇଲେ ।

ତେବେ ପ୍ୟାକେଜ୍ ପାଇବା ସେ ସ୍କାଏ ମୋବାଇଲକୁ ଫୋନ୍ କରିଥିଲେ। ହେଲେ ଏକ ସପ୍ତାହ ବିତିଗଲାଣି ତଥାପି ସ୍କାଏ ମୋବାଇଲ ପକ୍ଷରୁ ତାଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ । ତେବେ ଏହି ହେରାଫେରି ପଛରେ ଡେଲିଭରି ବୟ୍‌ ହିଁ କିଛି ଝୋଲ୍ କରିଥିବା ସ୍ପଷ୍ଟ ଜଣାପଡ଼ୁଛି ।