Advertisment

୩୧ ଅଗଷ୍ଟ ପରେ କାବୁଲ୍‌ ସ୍ଥିତି ହେବ କଣ?

କାବୁଲ ବିମାନବନ୍ଦର ବାହାରେ ହାହାକାର ସ୍ଥିତି ଦେଖାଦେଇଛି। ଆଫଗାନିସ୍ତାନ ଛାଡ଼ି ପଳାଇବା ବ୍ୟଗ୍ରତା ଭିତରେ ଚରମ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଏଠାରେ ପହଞ୍ଚୁଥିବା ଆଫଗାନ୍ ନାଗରିକ। ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ। ଏହାସତ୍ତ୍ୱେ ବର୍ବର ତାଲିନାବୀଙ୍କ କ୍ରୁରତାରୁ ବର୍ତ୍ତିବାକୁ ଅତି ଦୟନୀୟ ସ୍ତିତିରେ ପଡି ରହିଛନ୍ତି ଶହ ଶହ ଲୋକ। ବିମାନ ବନ୍ଦରରେ ପ୍ରବେଶ ଲାଗି ଆମେରିକୀୟ ସୈନ୍ୟ ଅନୁମତି ଦେଉନାହାନ୍ତି ତଥାପି ତୁଟିନି ଏମାନଙ୍କ ଆଶା।

Afganistan

Afganistan

Advertisment

କାବୁଲ: ଅଗଷ୍ଟ ୩୧ ଡେଡଲାଇନ୍ ଯେତିକି ପାଖଉଛି, କାବୁଲ ବିମାନବନ୍ଦର ବାହାରେ ସେତିକି ବଢୁଛି ଭୟ ଓ ଆତଙ୍କ। ୩୧ ସୁଦ୍ଧା ଆମେରିକା ତାର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେବାକୁ ତାଲିବାନର ଡେଡଲାଇନ୍ ପରେ ଏବେ ଏୟାରପୋର୍ଟ ବାହାରେ ହାହାକାର ସ୍ଥିତି ଦେଖାଯାଇଛି। ଆମେରିକୀୟଙ୍କ ସମେତ ଅନ୍ୟ ଦେଶର ନାଗିରିକ ଏବଂ ବହୁ ଆଫଗାନବାସୀ କାବୁଲ ଛାଡ଼ିବାକୁ ଅତି ବ୍ୟଗ୍ର ଥିବାରୁ ଏଠାରେ ଖାଦ୍ୟ ଓ ପାନୀୟ ଉତ୍କଟ ଅଭାବ ଦେଖାଦେଇଛି। ଏପଟେ ନୂଆଦିଲ୍ଲୀରେ ଆଜି ମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଫଗାନ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଭାରତୀୟଙ୍କୁ ଉଦ୍ଧାରକୁ ସବୁଠାରୁ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି।

Advertisment

କାବୁଲ ବିମାନବନ୍ଦର ବାହାରେ ହାହାକାର ସ୍ଥିତି ଦେଖାଦେଇଛି। ଆଫଗାନିସ୍ତାନ ଛାଡ଼ି ପଳାଇବା ବ୍ୟଗ୍ରତା ଭିତରେ ଚରମ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଏଠାରେ ପହଞ୍ଚୁଥିବା ଆଫଗାନ୍ ନାଗରିକ। ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ। ଏହାସତ୍ତ୍ୱେ ବର୍ବର ତାଲିନାବୀଙ୍କ କ୍ରୁରତାରୁ ବର୍ତ୍ତିବାକୁ ଅତି ଦୟନୀୟ ସ୍ତିତିରେ ପଡି ରହିଛନ୍ତି ଶହ ଶହ ଲୋକ। ବିମାନ ବନ୍ଦରରେ ପ୍ରବେଶ ଲାଗି ଆମେରିକୀୟ ସୈନ୍ୟ ଅନୁମତି ଦେଉନାହାନ୍ତି ତଥାପି ତୁଟିନି ଏମାନଙ୍କ ଆଶା। କାଳେ କେଉଁ ବିମାନ ସେମାନଙ୍କୁ ଅନ୍ୟଦେଶକୁ ଚାଲିଯିବାର ସୁଯୋଗ ମିଳିଯିବ ସେଇ ଆଶାରେ ପଡି ରହିଛନ୍ତି। ଲୋକଙ୍କ ଅସମ୍ଭବ ଭିଡ଼ ଓ ବିଶୃଙ୍ଖଳା ଭିତରେ ପାଣି ବୋତଲର ଦାମ ୩ ହଜାର ଟଙ୍କା ପଡୁଥିବା ବେଳେ ଗୋଟିଏ ପ୍ଲେଟ ଖାଦ୍ୟ ପାଇଁ ଦେବାକୁ ପଡୁଛି ୭ ହଜାର ଟଙ୍କା। ତାହା ପୁଣି କେବଳ ଆମେରିକୀୟ ଡଲାର ବିନିମୟରେ। ଗରୀବ ଆଫଗାନବାସୀଙ୍କ ଲାଗି ଏହା ଅପହଞ୍ଚ ହୋଇଥିଲେ ବି ଜୀବନ ବଞ୍ଚାଇବାର ଦୁର୍ବାର ଆଶା, ଏମାନଙ୍କୁ କାବୁଲ ଏୟାରପୋର୍ଟ ନିକଟକୁ ଟାଣି ଆଣୁଛି। ଖାସ୍ କରି ଏଠାରେ ଅପେକ୍ଷାରତ ମହିଳା ଓ ଶିଶୁଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।

Advertisment

ଆସନ୍ତା ୩୧ ସୁଦ୍ଧା ସମସ୍ତ ବିଦେଶୀ ସୈନ୍ୟଙ୍କୁ ଆଫଗାନିସ୍ତାନ ଛାଡିବା ଲାଗି ତାଲିବାନର ଡେଡ୍ଲାଇନ୍ ପରେ ଏୟାରଲିଫ୍ଟଙ୍ଗ୍ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ। ନିଜ ନିଜ ଦେଶର ନାଗରୀକଙ୍କ ସମେତ ଆପଗାନିସ୍ତାନ ନାଗରିକଙ୍କୁ ବି ଉଦ୍ଧାର କରାଯାଉଛି। ତାଲିବାନର କାବୁଲ କବଜା ପରଠାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ବିମାନ ଯୋଗେ ଅନ୍ୟ ଦେଶକୁ ନିଆଗଲାଣି। ତେବେ ଆଫଗାନିସ୍ତାନର ସଂଭ୍ରାନ୍ତ ଲୋକଙ୍କୁ ଦେଶରୁ ନନେବା ଲାଗି ଆମେରିକାକୁ ଚେତାବନୀ ଦେଇଛି ତାଲିବାନ। ତେଣେ କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ ପରେ ସୃଷ୍ଟି ହୋଇଛି ଭୟ ଓ ଆତଙ୍କର ପରିବେଶ। ଫଳରେ ବିମାନବନ୍ଦର ଅଞ୍ଚଳ ଛାଡି ସୁରକ୍ଷିତ ସ୍ଥାନରେ ରହିବା ଲାଗି ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ନିଜ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ଏପଟେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକି ବିରୋଧୀଦଳଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି। ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାରେ ତାଲିବାନ ସହଯୋଗ କରୁନଥିବା ସେ ଜଣାଇଛନ୍ତି। ସେପଟେ ଆଜି ଆଉ ୨୪ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି।

କାବୁଲରେ ସରକାର ଗଠନ ଲାଗି ତାଲିବାନର ପ୍ରୟାସ ଜାରି ରହିଛି। ଏନେଇ ତାଲିବାନ ନେତା ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଓ ଆଫଗାନିସ୍ତାନ ନ୍ୟାସନାଲ ରିକନ୍ସିଲିଏସନ କାଉନସିଲ ମୁଖ୍ୟ ଅବଦ୍ଦୁଲା ଅବଦ୍ଦୁଲାଙ୍କ ସହ ଆଲୋଚନା କରିଛନ୍ତି। ତେବେ ସଂଗଠନକୁ ବିରୋଧ କରୁଥିବା ପଞ୍ଜସିର ପ୍ରଦେଶ ଦଖଲ ଲାଗି ତାଲିବାନର ଉଦ୍ୟମ ଜାରି ରହିଛି। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ଲାଗି ନର୍ଦ୍ଦନ ଆଲାଏନ୍ସ ରାଜି ଥିବା ନେଇ ସକାରାତ୍ମକ ସଂକେତ ମିଳିଥିବା ତାଲିବାନ କହିଛି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ