Advertisment

ଆପଣଙ୍କ ଭବିଷ୍ୟତ କହିବ ଏହି କୁକୁର!

ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି ।

ଅଦ୍ୟତନ ହୋଇଛି
Dog Prediction

Dog Prediction

Advertisment

ନ୍ୟୁୟର୍କ: ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି । ଅନେକ ଲୋକ ଏହି କୁକୁରର ଭବିଷ୍ୟବାଣୀରେ ବିଶ୍ୱାସ ମଧ୍ୟ କରିଛନ୍ତି ।

Advertisment

ସାଧାରଣତଃ ଲୋକମାନେ ଦିନଟି କିପରି କଟିବ ଜାଣିବା ପାଇଁ ସକାଳୁ ରାଶିଫଳ ପଢିଥାନ୍ତି । ଲୋକଙ୍କ ବିଶ୍ୱାସ ଯେ ରାଶିଫଳ ଅନୁସରଣ କଲେ ଦିନଟି ଭଲରେ କଟିବ । କିନ୍ତୁ ଏବେ ଭବିଷ୍ୟବାଣୀ କରୁଛି ଆମେରିକାର ନ୍ୟୁୟର୍କରେ ରହୁଥିବା ଜୋନାଥନ ଗ୍ରାଜିଆନୋଙ୍କ ପାଳିତ କୁକୁର ନୁଡୁଲ୍ । ସେ ହେଉଛି ୧୩ ବର୍ଷର ଏକ ପଗ୍ ପ୍ରଜାତିର କୁକୁର । ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ନୁଡୁଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୋନାଥନ୍‌ଙ୍କ କହିବା ଅନୁଯାୟୀ ନୁଡୁଲ ଦ୍ୱାରା ସେ ନିଜ ଦିନ କିପରି କଟିବ ଜାଣିପାରନ୍ତି । ନୁଡୁଲ ସକାଳୁ ଉଠିବା ମାତ୍ରେ ସେ କଣ କରିବ ସେନେଇ ଜୋନାଥନ୍ ନଜର ରଖିଥାନ୍ତି ।

Advertisment

ନୁଡୁଲ୍ ଦ୍ୱାରା ଭବିଷ୍ୟବାଣୀ ଜାଣିବା ପାଇଁ ଜୋନାଥନ୍ ଏକ ନିଆରା ଉପାୟ ଆପଣେଇଛନ୍ତି । ଜୋନାଥନଙ୍କ କହିବା ଅନୁଯାୟୀ ନୁଡୁଲ ଶୋଇ ଉଠିବା ପରେ ଯଦି ପୁଣି ଶୋଇ ଯାଏ, ତେବେ ଦିନଟି ଭଲ ଯିବ ନାହିଁ । ଅର୍ଥାତ ସେହି ଦିନଟି ସତର୍କତାର ସହ କାମକରିବାକୁ ପଡିବ ଏବଂ କାହା ସହ ଝଗଡା ନକରି ନିଜ କାମ ସହ କାମ ରଖିବାକୁ ପଡିବ । ଜୋନାଥନ୍‌ ପୁଣି କହିଛନ୍ତି ଯେ ଯଦି ନୁଡୁଲ ଶୋଇ ଉଠିବା ପରେ ବସେ କିମ୍ବା ଚାଲିବାକୁ ଲାଗେ, ତେବେ ଦିନଟି ଅତ୍ୟନ୍ତ ଭଲ କଟେ । ସେହି ଦିନ କୌଣସି କାମରେ ବାଧା ଆସେ ନାହିଁ । ଦିନଟି ଶାନ୍ତିପୂର୍ଣ୍ଣ ଭାବେ ଅତିକ୍ରମ କରେ । ଇଚ୍ଛା ଅନୁଯାୟୀ ସମସ୍ତ କାର୍ଯ୍ୟ ହୋଇଥାଏ ।

ଯଦିଓ ଏହି ଭବିଷ୍ୟବାଣୀ ଜୋନାଥନଙ୍କ ଦ୍ୱାରା ଉଦ୍ଭାବିତ ହୋଇଛି, କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ନୁଡୁଲଙ୍କୁ ଏକ ତାରକା ଭାବରେ ଦେଖୁଛନ୍ତି । ଅନେକ ଲୋକ ପ୍ରତିଦିନ ନୁଡୁଲର ଏହି ଭବିଷ୍ୟବାଣୀକୁ ଅନୁସରଣ କରନ୍ତି ଏବଂ ଏହା ଅନୁଯାୟୀ କାମ ମଧ୍ୟ କରିଥାନ୍ତି । ଯେତେବେଳେ ସେମାନଙ୍କର ଦିନ ନୁଡୁଲ ଭବିଷ୍ୟବାଣୀ ହିସାବରେ କଟେ, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ହଜାର ହଜାର ଲୋକ ଜୋନାଥନଙ୍କୁ ଅନୁସରଣ କରନ୍ତି ଏବଂ ପ୍ରତିଦିନ ନୁଡୁଲ ସମ୍ବନ୍ଧୀୟ ଭିଡିଓ ସେୟାର କରିଥାନ୍ତି । କେବଳ ଏତିକି ନୁହେଁ, ଇନଷ୍ଟାଗ୍ରାମ ବ୍ୟତୀତ ସେ ଟିକଟୋକରେ ନୁଡୁଲର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି।

Advertisment
Special Story Dog Prediction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ