Advertisment

ତାଳିବାନୀ ଭୟ ନା ଆଉ କିଛି ? ଆଫଗାନ୍ ଲୋକଙ୍କୁ ଶରଣ ଦେଉନାହାନ୍ତି ପଡ଼ୋଶୀ ମୁସଲିମ୍ ଦେଶ

ଧନୀ ହେଉ କି ଗରିବ ଯିଏ ଯେଉଁ ବାଟ ଯାଉଛି, ସେ ଆଫଗାନିସ୍ତାନର ସୀମା ପାର କରିବାକୁ ଚେଷ୍ଟା କରୁଛି । କିଛି ଲୋକ ପଡୋଶୀ ଦେଶ ଉଜବେକିସ୍ତାନକୁ ପଳାୟନ କରିଥିଲେ । ହେଲେ ସୀମାରେ ଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ମଧ୍ୟ ଏହି ଲୋକମାନଙ୍କୁ ପାର କରିବାକୁ ଦିଆଯାଇନଥିଲା । ତାଲିବାନ ପାଇଁ ଉଜବେକିସ୍ତାନର ସମର୍ଥନ ହେଉ କିମ୍ବା ଭୟ ହେଉ କିମ୍ବା କିଛି, ଉଜବେକିସ୍ତାନ ଏହି ପ୍ରସଙ୍ଗରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଉଛି । ଆଫଗାନୀ ଲୋକଙ୍କୁ ଦେଶରେ ଶରଣ ଦିଆଯାଉନାହିଁ ।

ଅଦ୍ୟତନ ହୋଇଛି
ତାଳିବାନୀ ଭୟ ନା ଆଉ କିଛି ? ଆଫଗାନ୍ ଲୋକଙ୍କୁ ଶରଣ ଦେଉନାହାନ୍ତି ପଡ଼ୋଶୀ ମୁସଲିମ୍ ଦେଶ

afganistan

Advertisment

ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତାଲିବାନ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଦେଶ ଛାଡ଼ି ପଳାୟନ କରୁଛନ୍ତି ଆ‍ଫଗାନବାସୀ । ତାଲିବାନୀ ଶାସନ କଥା ଚିନ୍ତା କଲେ ମନେ ପଡ଼ିଯାଉଛି ଭୟଙ୍କର ଅତୀତ । କାବୁଲ କବଜା ପରେ ତାଲିବାନ ଶାନ୍ତିର ସନ୍ଦେଶ ଦେଉଥିଲେ ବି ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଦେଶବାସୀ । ବିପଦସଙ୍କୁଳ ଅବସ୍ଥାରେ ବି ଲୋକେ ବିମାନ ବନ୍ଦରକୁ ପଶିଯାଉଛି । କିଏ ଚଳନ୍ତା ବିମାନର ଚକରେ ଓହଳି ପଡ଼ୁଛି ତ ଆଉ କିଏ ବିମାନ ଉପରକୁ ଚଢ଼ିଯାଉଛି । ଦୁଇ ଦିନ ପୂର୍ବରୁ ଏହିପରି ଭାବେ ବିମାନରୁ ୩ ଜଣ ବ୍ୟକ୍ତି ଖସିପଡ଼ିବାର ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଥିଲା ।

Advertisment

ଧନୀ ହେଉ କି ଗରିବ ଯିଏ ଯେଉଁ ବାଟ ଯାଉଛି, ସେ ଆଫଗାନିସ୍ତାନର ସୀମା ପାର କରିବାକୁ ଚେଷ୍ଟା କରୁଛି । କିଛି ଲୋକ ପଡୋଶୀ ଦେଶ ଉଜବେକିସ୍ତାନକୁ ପଳାୟନ କରିଥିଲେ । ହେଲେ ସୀମାରେ ଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ମଧ୍ୟ ଏହି ଲୋକମାନଙ୍କୁ ପାର କରିବାକୁ ଦିଆଯାଇନଥିଲା । ତାଲିବାନ ପାଇଁ ଉଜବେକିସ୍ତାନର ସମର୍ଥନ ହେଉ କିମ୍ବା ଭୟ ହେଉ, ଉଜବେକିସ୍ତାନ ଏହି ପ୍ରସଙ୍ଗରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଉଛି । ଆଫଗାନୀ ଲୋକଙ୍କୁ ଦେଶରେ ଶରଣ ଦିଆଯାଉନାହିଁ । ଉଜବେକିସ୍ତାନର ୯୩ ପ୍ରତିଶତ ଜନସଂଖ୍ୟା ମୁସଲମାନ ହୋଇଥିଲେ ବି ଲୋକଙ୍କୁ ଦେଶରେ ପ୍ରବେଶ କରାଇ ଦେଉନାହାନ୍ତି । 

ଆଫଗାନିସ୍ତାନର ବଲ୍ଖ ପ୍ରଦେଶ ଉଜବେକିସ୍ତାନ ଏହାର ସୀମା ସହ ସଂଲଗ୍ନ । ସେଠାରେ ବହୁଥିବା ଆମୁ ନଦୀ ଉଭୟ ଦେଶର ସୀମାକୁ ବିଭକ୍ତ କରେ । ମଜା-ଏ-ସରିଫ ଏହି ସୀମା ନିକଟସ୍ଥ ସବୁଠାରୁ ବଡ଼ ସହର । ଜନସଂଖ୍ୟା ୫ ଲକ୍ଷରୁ ମଧ୍ୟ ଅଧିକ । କାବୁଲ କବଜା କରିବାର ଗୋଟିଏ ଦିନ ପୂର୍ବରୁ ତାଲିବାନ ଉତ୍ତର ତାଲିବାନର ମଜାର-ଇ ସରିଫ ସହରକୁ କବଜା କରି ନେଇଥିଲା ।

Advertisment

କୋରୋନାର କାରଣ ଦର୍ଶାଇ ଭିସା ଦେଉନି ଉଜବେକିସ୍ତାନ

୨୦୨୦ ମସିହାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତି ପରଠାରୁ ଆଫଗାନିସ୍ତାନରେ ଗୃହଯୁଦ୍ଧର ଭୟ ଆରମ୍ଭ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ଏପି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗତ କିଛି ମାସ ମଧ୍ୟରେ ଉଜବେକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିବା ଆଫଗାନିସ୍ତାନ ଲୋକଙ୍କୁ ଭିସା ପ୍ରଦାନ କରାଯାଇ ନଥିଲା । ଭିସା ନଦେବା ପଛର କାରଣ ବୋଲି କରୋନା ଭାଇରସ୍ ବୋଲି ଦର୍ଶାଯାଇଛି ।

ଆଫଗାନିସ୍ତାନରେ ତାଲିବାନଙ୍କ ପ୍ରବେଶ ପର ଠାରୁ ଉଜବେକିସ୍ତାନ କ୍ରମାଗତ ଭାବରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିଛି । ଶରଣାର୍ଥୀ ସମ୍ମିଳନୀରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ ଏବଂ ଅନ୍ୟ ଦେଶ ବ୍ୟତୀତ ୟୁରୋପୀୟ ଦେଶମାନେ ମଧ୍ୟ ଆଫଗାନିସ୍ତାନର ଲୋକଙ୍କୁ ଆଶ୍ରୟ ଦେବାକୁ ରାଜି ହୋଇଛନ୍ତି ।

Advertisment
Taliban Attack Afghanistan Uzbekistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ