Advertisment

ରିଜେକ୍ସନ ପରେ ସିଲେକ୍ସନ୍‌; ୧୬ କଲେଜ୍‌ରୁ ତଡ଼ା ଖାଇବା ପରେ Google ରେ ଚାକିରି

ଉଚ୍ଚ ଶିକ୍ଷା ନିମନ୍ତେ ଷ୍ଟେନ୍‌ଲି ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।

Google

Google

Advertisment

୧୬ ଟି ନାମୀଦାମି କଲେଜ୍‌ରୁ ରିଜେକ୍ଟ ହେବା ପରେ ‘Google’ ରେ ଚାକିରି ପାଇଲେ ଜଣେ ୧୮ ବର୍ଷୀୟ ଯୁବକ । ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରାଇ ଦେଇ ନ ଥିବା ଜଣେ ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ‘ଗୁଗଲ୍‌’ ଚାକିରି ଦେଇଥିବା ଖବର ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ବାସ୍ତବରେ ଆମେରିକାର ପାଲାଓ ଅଲ୍‌ଟୋର ୧୮ ବର୍ଷିୟ ଷ୍ଟେନ୍‌ଲି ଝୋଙ୍ଗ୍‌ ଚଳିତ ବର୍ଷ ଗୁନ୍‌ ହାଇସ୍କୁଲ୍‌ରୁ ପାସ୍‌ କରିଥିଲେ। ‘ସ୍କୋଲାଟିକ୍‌ ଆସେସ୍‌ମେଣ୍ଟ୍‌ ଟେଷ୍ଟ୍‌’(SAT)ରେ ସେ ୧୬୦୦ ନମ୍ବରରୁ ୧୫୯୦ ରଖିଥିଲେ । ଏହାପରେ ସଫୋମୋର୍‌ ଇୟର୍‌ରେ ନିଜର ନୂଆ କମ୍ପାନି ‘ରାବିଟ୍‌ସାଇନ୍‌’ ଆରମ୍ଭ କରିଥିଲେ ବି ଉଚ୍ଚ ଶିକ୍ଷା ନିମନ୍ତେ ସେ ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ । କେବଳ ଷ୍ଟେନ୍‌ଲି ନୁହନ୍ତି, ତାଙ୍କ ପରି ହଜାର ହଜାର ଶିକ୍ଷାର୍ଥୀଙ୍କ ଆବେଦନପତ୍ର ଖାରଜ ହୋଇଥିଲା ।

ଶେଷରେ ଷ୍ଟେନଲି ନିରାଶ ହେବା ପରେ ‘ଗୁଗଲ୍‌’ରେ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ଚାକିରି ପାଇଲେ। ଚଳିତ ସପ୍ତାହରେ ସେ ଏହି ନୂଆ ଚାକିରିରେ ଯୋଗ ଦେଇଛନ୍ତି । ‘ଏଜୁକେସନ୍‌ ଆଣ୍ଡ୍‌ ୱାର୍କ‌ଫୋର୍ସ’ର ହାଉସ୍‌ କମିଟି ସେପ୍ଟେମ୍ବର ୨୮ ରେ ଷ୍ଟେନ୍‌ଲିଙ୍କ ଦୁର୍ଦ୍ଦଶା ଉପରେ ଗୁରୁତ୍ୱାରୋପ କରିଥିଲେ।

Advertisment

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚଳିତ ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ଇଚ୍ଛା ଥିଲେ ‌ବି ଅନେକ ଶିକ୍ଷା ପ୍ରତିଷ୍ଠାନ ଷ୍ଟେନ୍‌ଲିଙ୍କ ପରି ହଜାର ଜହାର ଶିକ୍ଷାର୍ଥୀଙ୍କୁ ନାଁ ଲେଖାଇ ଦେଇ ପାରିଲେ ନାହିଁ । କଲେଜ୍‌ ଆଡମିସନ୍‌ରେ ବିଶ୍ୱବିଦ୍ୟାଳୟ ପଦ୍ଧତି ଲାଗୁ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି ପଦକ୍ଷେପ ଯୋଗୁଁ ଷ୍ଟେନଲିଙ୍କ ପରି ଅନେକ ଶିକ୍ଷାର୍ଥୀମାନେ ଅସୁବିଧାରେ ପଡ଼ିଛନ୍ତି ।

କେବଳ ଟେକ୍ସାସ୍‌ ଓ ମେରିଲାଣ୍ଡ୍‌ ବିଶ୍ୱବିଦ୍ୟାଳୟ ତାଙ୍କୁ ଆଡ୍‌ମିସନ୍‌ ପାଇଁ ଉପଯୁକ୍ତ ବୋଲି ମନୋନୀତ କରିଥିଲେ । ସେ ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ପ୍ରସ୍ତୁତି କରୁଥିବା ବ‌େଳେ ‘ଗୁଗଲ୍‌’ରେ ଚାକିରି ମିଳିଯିବାରୁ ସେ ଅଉ ପାଠପଢ଼ା ପ୍ରତି ମନ ବଳାଇଲେ ନାହିଁ ।

Advertisment
Google Software Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ