Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl
ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍ରେ ହମଲା କରିଛି । ରଷିଆର ବେଲଗୋରୋଦ ଅସ୍ତ୍ରଭଣ୍ଡାରକୁ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୁଷର ମାଟିରେ ୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ଏହା ଦ୍ୱିତୀୟ ଘଟଣା ।
ଅନ୍ୟପକ୍ଷେ, ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଉଭୟ ପକ୍ଷର ଆଲୋଚନା ପରେ ରାଜଧାନୀ କିଭ୍ ଓ ଚେରନିହିଭ୍ ନିକଟରେ ସେନା ପ୍ରତ୍ୟାହାର ପାଇଁ ରଷିଆ ଘୋଷଣା କରିଛି । ହେଲେ ୟୁକ୍ରେନ ସ୍ପଷ୍ଟ କରିଛି, ଯେପର୍ଯ୍ୟନ୍ତ ରୁଷିଆର ସୈନ୍ୟ ନ ହଟନ୍ତି, ମସ୍କୋର ଘୋଷଣାକୁ ବିଶ୍ୱାସ କରିହେବନି ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବା ମସ୍କୋ କହିଛି ।
ସେପଟେ ଯୁଦ୍ଧ ଯୋଗୁଁ ଉଦବେଗଜନକ ରୂପ ଧାରଣ କରିଛି ଶରଣାର୍ଥୀ ସମସ୍ୟା । ମିଳିତ ଜାତିସଂଘର ସୂଚନା ଅନୁସାରେ ଯୁଦ୍ଧ ଆରମ୍ଭ ହେବା ଦିନରୁ ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଡ଼ୋଶୀ ୟୁରୋପୀୟ ଦେଶରେ ଶରଣ ନେଇଛନ୍ତି । କେବଳ ପୋଲାଣ୍ଡରେ ୨୦ଲକ୍ଷରୁ ଅଧିକ ଶରଣାର୍ଥୀ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us