ୱାରଜୋନ୍‌ରେ ଲଭ୍‌ ଷ୍ଟୋରୀ: ଗୁଳିଗୋଳା-ବୋମାମାଡ଼ର ପ୍ରଚଣ୍ତ ଶବ୍ଦ ଭିତରେ ବାଜିଲା ଶାହନାଇ

ୟୁକ୍ରେନ୍‌ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି ।

Ukraine Soldiers Marriage

ଯୁଦ୍ଧ ଭୂଇଁରେ ବିବାହ । ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଲକୁଲ୍ ସତ ଘଟଣା । ୟୁକ୍ରେନ୍‌ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି । କିଭ୍ ସୀମାରେ ଇହୁଦି ଧର୍ମ ଅନୁସାରେ ଉଭୟ ଜଣେ ଆଉ ଜଣଙ୍କୁ ନିଜ ଜୀବନ ସାଥି ଭାବେ ଗ୍ରହଣ କରିଛନ୍ତି ।

ସେନା ପୋଷାକରେ ଥାଇ ହିଁ ଉଭୟଙ୍କ ବିବାହ ସମ୍ପର୍ଣ୍ଣ କରାଯାଇଛି । ଅତିଥି ଭାବେ ସହଯୋଗୀ ଯବାନ ଓ ସେନାଧିକାରୀ ମାନେ ଯୋଗ ଦେଇଥିଲେ । ଗୋଟେ ହାତରେ ଦେଶ ସୁରକ୍ଷା ପାଇଁ ବନ୍ଧୁକ ଓ ଅନ୍ୟ ହାତରେ ସହଯୋଗୀର ବିବାହ ପାଇଁ ଫୁଲ ଧରିଥିଲେ ଯବାନ । ଯାହା ଏକ ଭିନ୍ନ ଚିତ୍ର ଦର୍ଶାଇଥିଲା ।

 

ଲିଜେ, ଭେଲେରୀ ଗତ ଦୁଇ ଦଶଦ୍ଧି ଧରି ସମ୍ପର୍କରେ ଥିଲେ । ଚଳିତ ବର୍ଷ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ହେଲେ ଯୁଦ୍ଧ ପାଇଁ ବିବାହକୁ ଘୁଞ୍ଚାଇ ସେନାରେ ସାମିଲ ହୋଇଥିଲେ । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ସେ ନିଜର ଭଲ ପାଇବାରେ କୌଣସି ଊଣା ଦେଖାଇନାହାନ୍ତି ।