Advertisment

ଦେଶକୁ ଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇଲେ ୟୁକ୍ରେନ୍ ଜନତା

ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।

Ukraine Russia War

Ukraine Russia War

Advertisment

ଫୁଟୁଛି ତୋପ, ଗର୍ଜୁଛି ଟ୍ୟାଙ୍କ୍ । କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣରେ ଥରହର ୟୁକ୍ରେନ । ତଥାପି ତୁଟିନି ଦମ୍ଭ, ଭାଙ୍ଗିନି ସାହସ । ଋଷ ସୈନ୍ୟଙ୍କ ମୁକାବିଲା ଲାଗି ଅସ୍ତ୍ର ଉଠାଇଛନ୍ତି ୟୁକ୍ରେନର ସାଧାରଣ ଜନତା । ରାଷ୍ଟ୍ରପତି ଜଲେନ୍ସିକଙ୍କ ଆହ୍ୱାନକ୍ରମେ ଦେଶକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା ଲାଗି ପଣ କରିଛନ୍ତି ଆବାଳ ବୁଦ୍ଧବନିତା । ସେମାନଙ୍କ ବୀରତ୍ୱର ଗାଥାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

Advertisment

ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ । ହାତରେ ଅଟୋମେଟିକ୍ ରାଇଫଲ ଧରି ଋଷ ସୈନ୍ୟଙ୍କ ମୁକିବାଲ ଲାଗି ପ୍ରସ୍ତୁତ ରହିଛନ୍ତି ଶହ ଶହ ୟୁକ୍ରେନ୍ ନାଗରିକ । ସେମାନଙ୍କ ଦୃଢୋକ୍ତି ମରିବୁ ପଛେ ନଇଁବୁ ନାହିଁ ।

ଇଏ ଦେଶପ୍ରେମର ଅନ୍ୟ ଏକ ନମୁନା । ସାଇକେଲରେ ବନ୍ଧୁକ ବୋହି ଋଷ ସୈନ୍ୟଙ୍କ ସହ ଲଢିବାକୁ ଯାଉଛନ୍ତି ଏହି ନବ ଯୁବକ । ତେବେ ସବୁକୁ ବଳିଯାଇଛି ଏଇ ମର୍ମସ୍ପର୍ଶୀ ଦୃଶ୍ୟ । ନିଜ ନାତିନାତୁଣୀଙ୍କ ସୁରକ୍ଷା ଲାଗି ସେନା ବାହିନୀରେ ସାମିଲ ହେବାକୁ ଆସିଛନ୍ତି ଏହି ୮୦ ବର୍ଷୀୟ ବୃଦ୍ଧ ।

Advertisment

ୟୁକ୍ରେନବାସୀଙ୍କ ଅସୀମ ସାହସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ସାଧାରଣଜନତା ହାତରେ ଅସ୍ତ୍ର ନାହିଁ ସିନା, ଛାତିରେ ରହିଛି ଦମ୍ଭ । କର୍ଡନ କରି ଟ୍ୟାଙ୍କ ଚାରିପଟେ ଘେରିଯାଇଛନ୍ତି ଶହ ଶହ ଲୋକ । ଯାହାକି ଋଷ ସୈନ୍ୟଙ୍କୁ ଟ୍ୟାଙ୍କ ଛାଡି ଦେବାକୁ ବାଧ୍ୟ କରିଛି । ଅନେକ ସ୍ଥାନରେ ସାଧାରଣ ଲୋକ ଖାଲି ହାତରେ ଯୁଦ୍ଧ ପୋଷାକରେ ସଜ୍ଜିତ ଋଷୀ ସୈନ୍ୟଙ୍କୁ କାବୁ କରିନେବାର ଦୃଶ୍ୟ ବି ନଜରକୁ ଆସୁଛି ।

ତେଣେ ମହିଳା ସାଂସଦ କିରା ରୁଦିକ ପରେ ଅସ୍ତ୍ର ଉଠାଇଛନ୍ତି ୟୁକ୍ରେନର ବ୍ୟୁଟି କୁଇନ୍ ଆନାଷ୍ଟେସିଆ ଲେନ । ଲେନା ରୁଦିଡକୁ ଭଳି ଯୁଦ୍ଧ ପୋଷାକ ପିନ୍ଧି, ହାତରେ ଏକେ-୪୭ ଧରି ଋଷ ବିରୋଧୀ ଯୁଦ୍ଧରେ ସାମିଲ ହୋଇଛନ୍ତି ଆନାଷ୍ଟେସିଆ । କଂବାଟ ଗିୟରରେ ଥିବା ଆନାଷ୍ଟେସିଆନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲରେ ହେବାରେ ଲାଗିଛି । ତେବେ କେବଳ ଆନାଷ୍ଟେସିଆ ନୁହନ୍ତି ୟୁକ୍ରେନ ସେନାରେ ସାମିଲ ହଜାର ହଜାର ମହିଳା ସୈନ୍ୟ । ଫ୍ରଣ୍ଟ ଲାଇନ୍‌ରେ ରହି ଋଷ ସୈନ୍ୟଙ୍କ ମୁକାବିଲା ବି କରୁଛନ୍ତି । ସେମାନଙ୍କ ଦେଶପ୍ରେମର ଗାଥା ସାରା ବିଶ୍ୱକୁ ବିସ୍ମିତ କରିଛି ।

Advertisment

ଏପଟେ ୟୁକ୍ରେନ ବିରୁଦ୍ଧରେ ପୁଟିନଙ୍କ ସେନା କାର୍ଯ୍ୟାନୁଷ୍ଠାନ ବିରୋଧ କରି ବିକ୍ଷୋଭ ଜାରି ରହିଛି । ବିଭିନ୍ନ ଦେଶରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ତୁରନ୍ତ ଯୁଦ୍ଧ ବନ୍ଦ ଲାଗି ଦାବି ଜଣାଉଛନ୍ତି । ଋଷିଆରେ ବି ଯୁଦ୍ଧ ବିରୁଦ୍ଧରେ ବିରାଟ ଶୋଭାଯାତ୍ରା ଦେଖିବାକୁ ମିଳିଛି । ତେଣେ ୟୁକ୍ରେନକୁ ସମର୍ଥନ ଜଣାଇ ପ୍ୟାରିସ୍‌ରେ ଥିବା ପ୍ରସିଦ୍ଧ ଇଫେଲ ଟାୱାରକୁ ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଛି ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ