Advertisment

ସୁନାରେ ଚମକିବ ଉଗାଣ୍ଡା; ଠାବ ହେଲା ୩୧ ମିଲିୟନ୍ ଟନ୍‌ର ସୁନା ଖଣି

ଉଗାଣ୍ଡାରେ ଏତେ ପରିମାଣର ସୁନାର ସନ୍ଧାନ ମିଳିଛି ଯାହା ସାରା ବିଶ୍ୱରେ ମିଳିଥିବା ସୁନାର ୧୧୫ ପ୍ରତିଶତରୁ ଅଧିକ..

ଅଦ୍ୟତନ ହୋଇଛି
Uganda's Discovery Of '31 Million Tonnes Of Gold Ore' And What It Could Mean For World Gold Market

Uganda's Discovery Of '31 Million Tonnes Of Gold Ore' And What It Could Mean For World Gold Market

Advertisment

ସୁନାରେ ଚମକିବ ଗରିବ ଆଫ୍ରିକୀୟ ଦେଶ ଉଗାଣ୍ଡା । ଉଗାଣ୍ଡାରେ ଏତେ ପରିମାଣର ସୁନାର ସନ୍ଧାନ ମିଳିଛି ଯାହା ସାରା ବିଶ୍ୱରେ ମିଳିଥିବା ସୁନାର ୧୧୫ ପ୍ରତିଶତରୁ ଅଧିକ । ସେଠାକାର ସରକାର ଖୋଦ୍‌ ଏହି ତଥ୍ୟ ସାମ୍ନାକୁ ଆଣିଥିବା ବେଳେ, ଏବେ ସାରା ବିଶ୍ୱର ନଜର ଉଗାଣ୍ଡା ଉପରେ । ତେବେ ସୁନା ଖଣିରୁ ସୁନା ଉତ୍ପାଦନଠାରୁ ଆରମ୍ଭ କରି ରିଫାଇନାରୀ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ଏସବୁ କରିବା ପାଇଁ ଉଗାଣ୍ଡା ସରକାର ଜୋର୍ ଦେଇଛନ୍ତି । ଏଥିପାଇଁ ସରକାର ମାଇନିଂ ଏବଂ କ୍ରିପ୍ଟୋ ନିବେଶକଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

Advertisment

ଆଫ୍ରିକୀୟ ଦେଶ ଉଗାଣ୍ଡାରେ ୩୧ ମିଲିଅନ୍ ଟନ୍‌ର ସୁନା ଖଣି ଠାବ ହେବା ପରେ ଏଥିରୁ ପ୍ରାୟ ୩ ଲକ୍ଷ ୨୦ ହଜାର ଟନ୍ ବିଶୁଦ୍ଧ ସୁନା ବାହାରିବ ବୋଲି ଆଶା କରାଯାଉଛି । ଏତେ ବଡ଼ ସୁନା ଖଣିର ସନ୍ଧାନ ନେଇ ଖୋଦ୍ ଉଗାଣ୍ଡା ସରକାର ସୂଚନା ଦେବା ପରେ ସାରା ବିଶ୍ୱରେ ଚହଳ ପଡ଼ିଯାଇଛି । ଗତ ଦୁଇ ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ ଏରିଏଲ୍ ସର୍ଭେ ସହ ଜିଓଫିଜିକାଲ୍ ଏବଂ ଜିଓକେମିକାଲ୍ ସର୍ଭେ ଚାଲିଥିଲା । ଏହା ପରେ ସୁନା ଖଣିର ସନ୍ଧାନ ମିଳିଥିବା ଉଗାଣ୍ଡା ଶକ୍ତି ମନ୍ତ୍ରୀ କହିଛନ୍ତି। ଏବେ ଉଗାଣ୍ଡା ସରକାର ଏହି ଖଣି ଦ୍ୱାରା ବିଶ୍ୱସ୍ତରରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଖଣି ଖନନ କାମ ଆରମ୍ଭ ହେବ ବୋଲି ମାଇନିଂ ଏବଂ କ୍ରିପ୍ଟୋ ନିବେଶକଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା ଉଗାଣ୍ଡା ଶକ୍ତି ଓ ଖଣିଜ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ।

ସେହିପରି ଦି ସିଟିଜେନ୍‌ର ରିପୋର୍ଟ ଅନୁଯାୟୀ, ଉଗାଣ୍ଡା ରାଷ୍ଟ୍ରପତି ମୁସେଭେନି ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି, ଗୋଲ୍ଡ ମାଇନିଂ ଆରମ୍ଭ ହେବା ପରେ ଦେଶର ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିବ । ଏହା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାକୁ ୧୨ ଟ୍ରିଲିୟନ୍ ଡଲାରର ଲାଭ ହେବ । ସୂଚନା ଯୋଗ୍ୟ ଯେ, ଭାରତର ଇକୋନୋମି ପ୍ରାୟ ୩ ଟ୍ରିଲିୟନ ଡଲାର ଅଟେ । ତେବେ ଉଗାଣ୍ଡା ସରକାରଙ୍କ ଏହି ଆକଳନ ଭାରତର ଇକୋନୋମି ତୁଳନାରେ ପ୍ରାୟ ୪ ଗୁଣା ଅଧିକ ।

Advertisment

ଏନେଇ ଉଗାଣ୍ଡା ରାଷ୍ଟ୍ରପତି ୟୋବେରୀ ମୁସେବେନୀ କହିଛନ୍ତି, ସ୍ଥାନୀୟ ସ୍ତରରେ ଗୋଲ୍ଡ ମାଇନିଂ ହେଲେ ରୋଜଗାରର ନୂଆ ଅବସର ମିଳିବ । 

ଦେଶର ଅର୍ଥନୀତିକୁ ମଜବୁତ କରିବା ଲାଗି ଉଗାଣ୍ଡା ସରକାର ସୁନା ଉତ୍ପାଦନ ଲାଗି ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଲେଣି । ବୁସିୟା ସୁନା ଖଣିରୁ ସୁନା ଉତ୍ପାଦନ ପାଇଁ ଉଗାଣ୍ଡା ସରକାର ଏକ ଚାଇନିଜ୍ କଂପାନିକୁ ଲାଇସେନ୍ସ ମଧ୍ୟ ଦେଇସାରିଛନ୍ତି । ତେବେ କିଛି କାଗଜପତ୍ର କାମ ଏବଂ ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଉତ୍ପାଦନ ଆରମ୍ଭ ହୋଇନାହିଁ । ୨୦୨୩ ଜୁଲାଇରୁ ମାଇନିଂ ପାଇଁ କଂପାନି ଯୋଜନା ରଖିଛି।

Advertisment

ବିଶ୍ୱର ଅନ୍ୟତମ ଗରିବ ଦେଶ ଉଗାଣ୍ଡା । ଦାରିଦ୍ର୍ୟର ତାଡ଼ନାରେ ଉଗାଣ୍ଡାର ୪୧ ପ୍ରତିଶତ ଲୋକ ଜୀବନ କାଟୁଛନ୍ତି।  ମିଳିଥିବା ତଥ୍ୟ ଅନୁସାରେ, ଏହି ଦେଶର ପ୍ରାୟ ଅଧା ଜନସଂଖ୍ୟାର ବୟସ ୧୫ ବର୍ଷରୁ କମ୍ ହୋଇଥିବା ବେଳେ, ପୂରା ଆଫ୍ରିକା ମହାଦେଶରେ ସବୁଠୁ ଅଧିକ ରିଫ୍ୟୁଜି ଏହି ଦେଶରେ ଶରଣ ନେଇଛନ୍ତି । ୭୬ ପ୍ରତିଶତ ଜନସଂଖ୍ୟା ଗ୍ରାମାଞ୍ଚଳରେ ବସବାସ କରନ୍ତି ଓ ୭୩ ପ୍ରତିଶତ ଲୋକ କୃଷି କାର୍ଯ୍ୟ କରନ୍ତି । ଜନସଂଖ୍ୟାର ୩ ଭାଗରୁ ମାତ୍ର ୧ ଭାଗ ଲୋକଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଅଛି । ଏଭଳି ଗରିବୀର ଅନ୍ଧାରରେ ରହୁଥିବା ଦେଶ ଉଗାଣ୍ଡା ପାଇଁ ବୁସିୟା ସୁନା ଖଣି ନୂଆ ଆଶାର କିରଣ ବୁଣିଛି । ଏତେ ପରିମାଣର ସୁନାର ସନ୍ଧାନ ପରେ ମାଲେମାଲ୍ ହେବେ ବୋଲି ଉଗାଣ୍ଡା ସରକାର ଆଶା ରଖିଛନ୍ତି ।

ସୁଦୃଢ଼ ହେବ ଦେଶର ଅର୍ଥନୀତି । ଯେତେ ଶୀଘ୍ର ଉତ୍ପାଦନ ଆରମ୍ଭ ହେବ ସେତେ ଶୀଘ୍ର ବଦଳିବ ଦେଶର ଭାଗ୍ୟ । ଅର୍ଥନୀତିକୁ ମଜବୁତ କରିବା ପାଇଁ ଉଗାଣ୍ଡା ସରକାର ସୁନା ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି । ବୁସିୟା ସୁନା ଖଣିରୁ ସୁନା ଉତ୍ପାଦନ ଲାଗି ଉଗାଣ୍ଡା ସରକାର ଏକ ଚାଇନିଜ୍ କଂପାନିକୁ ଲାଇସେନ୍ସ ମଧ୍ୟ ଦେଇସାରିଛନ୍ତି । ଏହି କଂପାନି ସେଠାରୁ ସୁନା ଉତ୍ପାଦନ କରିବ ।

ରିପୋର୍ଟ ମୁତାବକ, ଖଣିରେ ପ୍ରାୟ ୩୧ ମିଲିଅନ୍ ଟନ୍ର ଗୋଲ୍ଡ ଓର୍ ରହିଛି ଏଥିରୁ ପ୍ରାୟ ୩ ଲକ୍ଷ ୨୦ ହଜାର ଟନ୍ ବିଶୁଦ୍ଧ ସୁନା ବାହାର କରାଯାଇ ପାରିବ । ଏହାର ମୂଲ୍ୟ ବର୍ତ୍ତମାନ ୧୨ ଟ୍ରିଲିୟନ ଆମେରିକୀୟ ଡଲାର ଠାରୁ ମଧ୍ୟ ଅଧିକ । ପ୍ରାଥମିକ ପହର୍ଯ୍ୟାୟରେ ଚୀନ୍‌ର ଓ୍ୱାଗାଗାଇ ଗୋଲ୍ଡ ମାଇନିଂ କଂପାନି ଖଣି ଖନନ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ୫୦ ମିଲିୟନ ଡଲାରର ନିବେଶ କରିସାରିଛି । ଏହାଦ୍ୱାରା ପ୍ରାୟ ୩ ହଜାର ସ୍ଥାନୀୟ ନିଯୁକ୍ତି ମିଳିବ ବୋଲି କୁହାଯାଉଛି ।

ଉଗାଣ୍ଡା ସରକାର ମାଇନିଂ ପାଇଁ ଚାଇନିଜ୍ କଂପାନିକୁ ଲାଇସେନ୍ସ ଦେଇ ସାରିଥିଲେ ମଧ୍ୟ ଆଉ କିଛି କାଗଜପତ୍ର କାମ ବାକି ଥିବାରୁ ଏଯାଏଁ ଉତ୍ପାଦନ ଆରମ୍ଭ ହୋଇ ପାରିନି । ୨୦୨୩ ଜୁଲାଇରୁ ଏହି ଖଣିରୁ ସୁନା ଉତ୍ପାଦନ ପାଇଁ ଯୋଜନା ରହିଛି । ରିଫାଇନାରୀ ଇନ୍‌ଫାଷ୍ଟ୍ରକ୍‌ଚର ପାଇଁ ଚୀନ୍ କଂପାନି ପ୍ରାୟ ୨୦୦ ମିଲିୟନ ଡଲାର ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛି । ସୁନା ଖଣିରୁ ପ୍ରତି ବର୍ଷ ୨୫ ଶହରୁ ୩ ହଜାର ମେଟ୍ରିକ୍ ଟନ୍ ସୁନା ଉତ୍ପାଦନ ପାଇଁ କଂପାନି ଲକ୍ଷ୍ୟ ରଖିଛି ।

ଉଗାଣ୍ଡାର ଏକ ପତ୍ରିକା ଡେଲି ମନିଟରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୮ ହଜାର ୪୦୦ ଟନ୍ ସୁନାର ସନ୍ଧାନ ମିଳିଛି । ଏଥିମଧ୍ୟରୁ ଏବେ ଯାଏଁ ୧ ଲକ୍ଷ ୮୭ ହଜାର ଟନ୍ ସୁନା କଢ଼ାସରିଛି । ଆହୁରି ୫୭ ହଜାର ମେଟ୍ରିକ୍ ଟନ୍ ସୁନାର ଉତ୍ପାଦନ ବାକି ଅଛି । ତେବେ ଉଗାଣ୍ଡାରେ ସୁନାଖଣିକୁ ନେଇ ଯେଉଁ ଆକଳନ ସାମ୍ନାକୁ ଆସିଛି, ତାହା ସାରା ବିଶ୍ୱର ସୁନା ତୁଳନାରେ ପ୍ରାୟ ୧୧୫ ଗୁଣା ଅଧିକ ହୋଇଥିବା ଜଣାପଡିଛି ।

ତେବେ ଉଗାଣ୍ଡାରେ ଏତେ ପରିମାଣର ସୁନା ଠାବ ହେବା ପରେ ବିଶ୍ୱ ବଜାର ଉପରେ କଣ ପଡ଼ିବ ପ୍ରଭାବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୁନା ଉତ୍ପାଦନରେ ଟପ୍ ଫାଇଭ୍ ଦେଶ ମଧ୍ୟରେ ରହିଛନ୍ତି ଚୀନ୍, ଅଷ୍ଟ୍ରେଲିଆ, ରୁଷିଆ, ଆମେରିକା ଓ କାନାଡା । ବିଶ୍ୱରେ ୯୦ଟି ଦେଶ ସୁନା ମାଇନିଂ କରୁଥିବା ବେଳେ, ମାତ୍ର ୫-୭ଟି ଦେଶର ରହିଛି ପ୍ରମୁଖ ଭୂମିକା । ବିଶ୍ୱର ସର୍ବାଧିକ ସୁନା ଉତ୍ପାଦନକାରୀ ଦେଶ ଚୀନ୍, ଯାହାର ପ୍ରାୟ ୧୧ ପ୍ରତିଶତ ଅଂଶ ରହିଛି । ସେହିପରି ଅଷ୍ଟ୍ରେଲିଆର୧୦ ପ୍ରତିଶତ, ରୁଷିଆର ୯ ପ୍ରତିଶତ ଓ ଆମେରିକା ୬ ପ୍ରତିଶତ ସୁନା ଉତ୍ପାଦନ କରିଥାଏ । ତେବେ ବିଶ୍ୱରେ ସୁନା ଉତ୍ପାଦନରେ ଭାରତର ଅନୁଦାନ ଶୂନ ଦଶମିକ ଶୂନ ପାଞ୍ଚ ପ୍ରତିଶତ ଠାରୁ ବି କମ୍ ।

Gold Ugandan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ