Advertisment

Trump's Friend Convicted: ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ବାକି ଜୀବନ କଟିବ ଜେଲରେ, ଏହି ବଡ଼ ଅପରାଧ ପାଇଁ ସୁପ୍ରିମକୋର୍ଟ ଦେଲେ ଦଣ୍ଡ

ଡୋନାଲ୍ଡ ଟ୍ରମ୍ପ ବୋଲସୋନାରୋଙ୍କ ମାମଲା ଉପରେ ଦଣ୍ଡ ସ୍ୱରୂପ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଏବଂ ଏବେ ସେ ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

Jail

Jail

Advertisment

ବ୍ରାଜିଲର ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ମାମଲାରେ ରାୟ ଶୁଣାଇଛି। ସରକାର ବିରୋଧରେ ଷଡ଼ଯନ୍ତ୍ର ପାଇଁ ପୂର୍ବତନ ରାଷ୍ଟ୍ରପତି ଜୟୀର ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏହି ଦଣ୍ଡ ପରେ ୭୦ ବର୍ଷୀୟ ଦକ୍ଷିଣପନ୍ଥୀ ନେତାଙ୍କୁ ତାଙ୍କ ଜୀବନର ବାକି ଦିନ ଜେଲରେ କାଟିବାକୁ ପଡ଼ିପାରେ। ଏହି ନିଷ୍ପତ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ ଝଟକା । ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ । କାରଣ ଏହି ମାମଲା ଯୋଗୁଁ ବ୍ରାଜିଲ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ଟ୍ରମ୍ପ ବୋଲସୋନାରୋଙ୍କୁ ନିଜର ବନ୍ଧୁ ବୋଲି ମାନନ୍ତି ।

Advertisment

ଏହି ମାମଲାର ଶୁଣାଣି ହେବା ପରେ ଟ୍ରମ୍ପ ଏହି ମାମଲାକୁ ପ୍ରତିଶୋଧମୂଳକ କାର୍ଯ୍ୟ (ଉଇଚ୍ ହଣ୍ଟ) ବୋଲି କହି ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ । ୨୦୨୨ ଅକ୍ଟୋବରରେ ହୋଇଥିବା ନିର୍ବାଚନରେ ବୋଲସୋନାରୋ ବାମପନ୍ଥୀ ନେତା ତଥା ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ଦ୍ୱାରା ପରାଜିତ ହୋଇଥିଲେ। ନିର୍ବାଚିତ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ବୋଲସୋନାରୋ ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ତାଙ୍କର ଏହି ଷଡଯନ୍ତ୍ରକୁ ସେତେବେଳେ ସେନା ଅଧିକାରୀଙ୍କ ସମର୍ଥନ ମିଳିନଥିଲା । ତେଣୁ ସେ ସଫଳ ହୋଇପାରିନଥିଲେ ।

ବ୍ରାଜିଲ ସୁପ୍ରିମକୋର୍ଟର ୪ ଜଣ ବିଚାରପତି ଦଣ୍ଡାଦେଶ ଦେଇଥିବା ବେଳେ ଜଣେ ତାଙ୍କ ସପକ୍ଷରେ ମତ ଦେଇଛନ୍ତି । ତେଣୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସରକାରୀ ଓକିଲମାନେ ଅଦାଲତରେ କହିଛନ୍ତି ଯେ ବୋଲସୋନାରୋଙ୍କ ନିଜକୁ ବେଆଇନ ଭାବେ କ୍ଷମତାସୀନ କରିବା ଯୋଜନା କେବଳ ସେନାର ଉଚ୍ଚ ଅଧିକାରୀମାନଙ୍କ ସମର୍ଥନ ନ ମିଳିବାରୁ ସଫଳ ହୋଇନଥିଲା। ବୋଲସୋନାରୋ ଏହି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମ୍ କୋର୍ଟର ଫୁଲ୍ କୋର୍ଟରେ ଆବେଦନ କରିପାରନ୍ତି।

Advertisment

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା ନିଜ ଷ୍ଟାଇଲରେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେବ। ଆମେରିକା ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ "ଉଇଚ୍ ହଣ୍ଟ" ବୋଲି କହିଛି। ବ୍ରାଜିଲର ବୈଦେଶିକ ମନ୍ତ୍ରଣାଳୟ ପାଲଟା ଜବାବ ଦେଇ କହିଛି ଯେ ସେ ରୁବିଓଙ୍କ ଧମକକୁ ବ୍ରାଜିଲ୍ ଡରି ନାହିଁ । ଟ୍ରମ୍ପ ବୋଲସୋନାରୋଙ୍କ ମାମଲା ଉପରେ ଦଣ୍ଡ ସ୍ୱରୂପ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଏବଂ ଏବେ ସେ ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ ବୋଲସୋନାରୋଙ୍କୁ ଉତ୍ତମ ରାଷ୍ଟ୍ରପତି ଓ ଉତ୍ତମ ମଣିଷ ଭାବେ ପ୍ରଶଂସା କରିଛନ୍ତି । 

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ବ୍ୟବସାୟ ବନ୍ଦ କଲା ଜାପାନର ଏହି ବଡ଼ କଂପାନୀ

Advertisment
Brazil Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ