Advertisment

ଇମ୍ରାନ୍‌ ଖାନ୍‌ଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ

ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

Imran Khan Creates History In Pak Politics

Imran Khan Creates History In Pak Politics

Advertisment

ପାକିସ୍ତାନ ନିର୍ବାଚନ କମିଶନ ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏଥିସହ ତେହ  ରିକ୍-ଇ-ଇନସାଫ୍ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି । କ୍ଷମତାରେ ଥିବା ବେଳେ ଇମ୍ରାନ ଖାନଙ୍କୁ ଅନେକ ଦେଶରୁ ଉପହାର ମିଳିଥିଲା । ହେଲେ ଏ ସମ୍ପର୍କରେ ସେ ସରକାରୀ ଅଧିକାରୀଙ୍କୁ ଉପଯୁକ୍ତ ସୂଚନା ଦେଇନଥିଲେ । ସରକାରୀ ଉପହାର ଜମା ହେଉଥିବା ପ୍ରତିଷ୍ଠାନକୁ ମିଥ୍ୟା ତଥ୍ୟ ଦେଇଥିଲେ । ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଇମ୍ରାନ ଖାନ ତୋଶଖାନା ବା ସରକାରୀ ଉପହାର ଜମା ହେଉଥିବା ପ୍ରତିଷ୍ଠାନକୁ ମିଥ୍ୟା ତଥ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ସମ୍ବିଧାନର ଧାରା ୬୩(କ)(ଗ) ଅନୁଯାୟୀ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କ ନେତୃତ୍ୱରେ ୪ ଜଣିଆ ବେଞ୍ଚ ଆଜି ଇସଲାମାବାଦରରେ ଏପରି ଘୋଷଣା କରିଛନ୍ତି।

୨୦୧୮ରେ କ୍ଷମତା ଦଖଲ କରିଥିବା ଇମ୍ରାନ ଖାନ ଆରବ ଶାସକଙ୍କ ଠାରୁ ସରକାରୀ ଗସ୍ତରେ ଯିବା ବେଳେ ବହୁ ଦାମୀ ଉପହାର ପାଇଥିଲେ। ଏହାକୁ ତୋଶଖାନାରେ ଜମା କରାଯାଇଥିଲା । ପରବର୍ତ୍ତୀ ସମୟରେ ଇମ୍ରାନ ଖାନ ଉକ୍ତ ଉପହାରକୁ ନିୟମ ଅନୁଯାୟୀ ଶସ୍ତା ଦାମରେ କିଣିଥିଲେ। ଏଥିସହ ଏଗୁଡ଼ିକୁ ଅନ୍ୟମାନଙ୍କୁ ଅତି ଉଚ୍ଚ ଦାମରେ ବିକ୍ରି କରିଥିଲେ।

Advertisment

ନିୟମ ଅନୁସାରେ ରାଷ୍ଟ୍ର ମୁଖ୍ୟଙ୍କୁ ମିଳିଥିବା ଦାମୀ ଉପହାର ତୋଶଖାନାକୁ ଯିବ। କିନ୍ତୁ ଶାସକ ଚାହିଁଲେ ଏହି ଉପହାରଗୁଡ଼ିକୁ ୫୦% ରିହାତିରେ କିଣି ପାରିବେ । ଇମ୍ରାନ ଖାନ ଦାମୀ ଘଣ୍ଟା, ଗହଣା, ଡିଜାଇନର ହ୍ୟାଣ୍ଡବ୍ୟାଗ ଓ ଅତରକୁ ରିହାତି ଦରରେ କିଣିଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ସେ ବିକ୍ରି କରି ନିଜ ପଦପଦବୀର ଅପବ୍ୟବହାର କରିଥିଲେ। ତେଣୁ ଏହି ମାମଲାରେ ସେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

ବର୍ତ୍ତମାନ କ୍ଷମତାରେ ଥିବା ସରକାରୀ ଦଳର ସାଂସଦମାନେ ଅଗଷ୍ଟ ମାସରେ ଇମ୍ରାନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଇମ୍ରାନ ଖାନ ତୋଶଖାନାରୁ ବିଭିନ୍ନ ଉପହାର ୨୧.୫୬ ମିଲିୟନ ଟଙ୍କାରେ ଆଣିଥିଲେ। ଏହାପରେ ସେଗୁଡ଼ିକୁ ୫୮ ମିଲିୟନ ଟଙ୍କାରେ ବିକ୍ରି କରିଥିଲେ।

Advertisment
Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ