ନା କାଜଲ, ନା ଲିପଷ୍ଟିକ୍‌ : ବିନା ମେକ୍‌ଅପରେ ରାମ୍ପରେ ଚାଲିଲେ ‘Miss England’ ଫାଇନାଲିଷ୍ଟ

ବିନା ମେକଅପରେ ସୌନ୍ଦର୍ଯ୍ୟ ପ୍ରତିଯୋଗୀ ହୋଇ ଇତିହାସ ରଚିଛନ୍ତି Melisa Raouf ।

ଭିତର ସୌନ୍ଦର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ

ସୁନ୍ଦରତା ପାଇଁ ଆବଶ୍ୟକ ନାହିଁ ପ୍ରସାଧନ ସାମଗ୍ରୀ । କୌଣସି ବି ବ୍ୟକ୍ତିବିଶେଷ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ ଭିତର ସୌନ୍ଦର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ବିନା ମେକ୍‌ଅପରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବା କୌଣସି ଦୁଃସାହସ ଠାରୁ କମ୍‌ ନୁହେଁ କହିଲେ ଚଳେ । କାରଣ ହସ ଠାରୁ ଆରମ୍ଭ କରି କେଶବିନ୍ୟାସ ତଥା ଭାବଭଙ୍ଗୀକୁ ନେଇ ଜଜ୍‌ ନିଜର ନିଷ୍ପତ୍ତି ଶୁଣାଇଥାଆନ୍ତି । ଲଣ୍ଡନର ୨୦ ବର୍ଷ ବର୍ଷିୟ ମଡେଲ ମେଲିସା ରାଉଫ ଏପରି କିଛି ଭିନ୍ନ କାରନାମା କରି ଇତିହାସ ସୃଷ୍ଟି କରିଛନ୍ତି । ସେ ମେକଅପ୍ ନକରି ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ରାମ୍ପ ୱାକ କରିଥିବା ପ୍ରଥମ ପ୍ରତିଯୋଗୀ ହୋଇପାରିଛନ୍ତି । ତେବେ ତାଙ୍କର ଏହି ବିରଳ ନିଷ୍ପତ୍ତି ପାଇଁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ବିନା ମେକଅପରେ ସୌନ୍ଦର୍ଯ୍ୟ ପ୍ରତିଯୋଗୀ

ଲଣ୍ଡନମେଲିସା ରାଉଫ ରାଜନୀତି ବିଜ୍ଞାନର ଛାତ୍ର । ସେ ଚଳିତ ବର୍ଷ ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ବିନା ମେକଅପରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇ ୯୪ ବର୍ଷର ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର ନକରି ଭାଗ ନେଇଥିବା କ୍ଷେତ୍ରରେ ସେ ପ୍ରଥମ ପ୍ରତିଯୋଗୀ ହୋଇଛନ୍ତି । ପ୍ରତିବର୍ଷ  Angie Beasley ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଯୁବତୀ ଆବେଦନ କରନ୍ତି । ୨୦୧୯ ମସିହାରେ ବିନା ମେକ୍ଅପରେ ଏକ ରାଉଣ୍ଡର ଆୟୋଜନ କରାଯାଇଥିଲା, କିନ୍ତୁ ଏଥର ମେଲିସା ପୂରା ଇଭେଣ୍ଟରେ ବିନା ମେକ୍ଅପରେ ପ୍ରତିଦ୍ୱନ୍ଦିତା କରିଛନ୍ତି ।

ଭିତର ସୌନ୍ଦର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ

ମେଲିସା କହିଛନ୍ତି, ସେ ଏହି ପ୍ରତିଯୋଗିତା ମାଧ୍ୟମରେ ଅନ୍ୟ ମହିଳା ଏବଂ ଯୁବତୀମାନଙ୍କୁ ସେମାନଙ୍କର ପ୍ରାକୃତିକ ସୁନ୍ଦରତା ଦେଖାଇବାକୁ ଉତ୍ସାହିତ କରିବାକୁ ଚାହାଁନ୍ତି । ଏହାକୁ ଧ୍ୟାନରେ ରଖି ସେ ସୋମବାର ଅର୍ଥାତ୍ ୨୨ ଅଗଷ୍ଟରେ ସେମିଫାଇନାଲ ରାଉଣ୍ଡରେ ବିନା ମେକ୍‌ଅପରେ ରାମ୍ପ ୱାକ କରି ବିଚାରପତି ମାନଙ୍କୁ ପ୍ରଭାବିତ କରି ପାରିଥିଲେ । ତେବେ ବିନା ମେକ୍‌ଅପରେ ମଧ୍ୟ ସେ ଫାଇନାଲରେ ପହଞ୍ଚି ପାରିଛନ୍ତି । ଫାଇନାଲରେ ମଧ୍ୟ ସେ ବିନା ମେକ୍‌ଅପରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କିହିଛନ୍ତି । ୧୭ ଅକ୍ଟୋବର ୨୦୨୨ରେ ମିସ୍ ଇଂଲଣ୍ଡ ଟାଇଟଲର ଫାଇନାଲ୍‌ ଥିବାବେଳେ ସେ ବିନା ମେକ୍‌ଅପରେ ୪୦ ଜଣଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।