Advertisment

ଉଗ୍ର ହେଉଛି ତାଲିବାନ୍‌: ବିମାନବନ୍ଦର ପ୍ରବେଶ ଉପରେ ଲଗାଇଲା କଟଣା

ଧୀରେ ଧୀରେ ନିଜର ଅସଲ ରୂପ ଦେଖାଉଛି ତାଲିବାନ୍‌। ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ୍‌। ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ

ଅଦ୍ୟତନ ହୋଇଛି
Taliban Retakes Afghanistan

Taliban Retakes Afghanistan

Advertisment

କାବୁଲ୍‌: ଧୀରେ ଧୀରେ ନିଜର ଅସଲ ରୂପ ଦେଖାଉଛି ତାଲିବାନ୍‌। ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ୍‌। ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ। ବିମାନ ବନ୍ଦରର ସମସ୍ତ ରାସ୍ତାକୁ ସିଲ୍ କରି ପଳାୟନ ରୋକୁଛି। ତାଲିବାନର କ୍ଷମତା ଦଖଲ ପରେ ଭୟରେ ବହୁ ସଂଖ୍ୟକ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଉଛନ୍ତି। ଏହା ଦେଖି ଚିନ୍ତାରେ ପଡ଼ିଛି ତାଲିବାନ।

Advertisment

ନିଜ ନାଗରିକଙ୍କ ନିରବିଚ୍ଛିନ୍ନ ପଳାୟନ ରୋକିବାକୁ ଅନ୍ୟ ଉପାୟ ନପାଇ ଶେଷରେ କାବୁଲ ବିମାନ ବନ୍ଦରର ସମସ୍ତ ପ୍ରବେଶ ପଥ ସିଲ୍ କରିଛି। କେବଳ ବିଦେଶୀ ନାଗରିକଙ୍କୁ ଏୟାରପୋର୍ଟ ପ୍ରବେଶ ପାଇଁ ଅନୁମତି ଦେଉଛି। ଲକ୍ଷ ଲକ୍ଷ ଅଫାଗାନୀ ଦେଶ ଛାଡ଼ିବା ପରେ, ଦେଶର ଅର୍ଥନୀତି ସଙ୍କଟରେ ପଡିବା ଆଶଙ୍କାରେ ଘାରି ହେଲାଣି ତାଲିବାନ୍। ଏମିତିକି ନାଗରିକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା, ମହିଳାଙ୍କୁ ଅଧିକାର ଓ ନିଜ ଦେଶରେ ଥିବା ଆୟର ଉତ୍ସକୁ ସଠିକ୍ ବିନିଯୋଗ କରିବାର ପ୍ରତିଶ୍ରୁତି ଦେଉଥିଲେ ବି ଏହା ନାଗରିକଙ୍କ ପଳାୟନ ରୋକି ପାରୁନାହିଁ।

Advertisment

ସେପଟେ, ତାଲିବାନ ପ୍ରସଙ୍ଗ ନେଇ ଜି 7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଘନ ଘନ ଆଲୋଚନା ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି। ବିଶେଷକରି ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା । କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେ ସଂଭବ ଆଫଗାନିସ୍ତାନ ନାଗରିକଙ୍କୁ ସୁରକ୍ଷା ଦେବାକୁ G 7 ନେତା ଆଗେଇ ଆସିବା ଉଚିତ। ତେବେ ଯଦି ସଂଭବ ତେବେ ୩୧ ଅଗଷ୍ଟ ପରେ ବି ଆଫଗାନିସ୍ତାନରେ କାନାଡ଼ା ସେନା ରହିବ ବୋଲି ସେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ବାସିନ୍ଦାଙ୍କର ସମ୍ମାନ ଓ ସୁରକ୍ଷିତ ଭାବେ ବଞ୍ଚିବା ଅଧିକାର ଅଛି ବୋଲି G7 ବୈଠକରେ ମତ ପ୍ରକାଶ ପାଇଥିଲା

କାବୁଲ ଏୟାରପୋର୍ଟକୁ ଆମେରିକା ସେନା ସୁରକ୍ଷା ଦେଉ ବୋଲି କହିଛି ୟୁରୋପିଆନ ୟୁନିୟନ। ମହିଳାଙ୍କ ସୁରକ୍ଷା ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ। ତେଣେ ଜି ୭ ରାଷ୍ଟ୍ର, ନାଟୋ, ୟୁରୋପୀୟ ସଂଘ, ଜାତିସଂଘ ତାଲିବାନ ପ୍ରତି ସମାନ ଆଭିମୁଖ୍ୟ ରଖିବାକୁ ସହମତ ହୋଇଛନ୍ତି। ତାଲିବାନର କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ଉପରେ ଏସବୁ ଆନ୍ତର୍ଜାତିକ ସଂଗଠନ ନଜର ରଖିବା ସହ ପରସ୍ପର ମଧ୍ୟରେ ସହଯୋଗ ରଖିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ସୂଚନା ଦେଇଛନ୍ତି। ସେପଟେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କ୍ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିବା ସୂଚନା ମିଳିଛି।

Advertisment
Afghanistan India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ